ଓଡିଶା

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

(ପୁରୀ) : ୪ରେ ବସିବ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ନଭେମ୍ବର ୪ରେ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଏଥିରେ ପ୍ରମୁଖ ପ୍ରସଙ୍ଗ ରହିବ।

ସୂଚନାନୁଯାୟୀ ,  ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ କରିବା ଓ ନୂଆବର୍ଷରେ ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ପାଇଁ ଲୋକାର୍ପଣ ଲକ୍ଷ୍ୟ ରଖାଯାଇଥିବାରୁ ଏହା ପୂର୍ବରୁ କେଉଁଦିନ, କେଉଁ ସମୟରେ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ହେବ, ସେ ଉପରେ ପରିଚାଳନା କମିଟି ନୀତିଗତ ନିଷ୍ପତ୍ତି ନେବ। ସେହିଭଳି ଜୁନ୍‌ ୧୨ ତାରିଖ ଓ ଅଗଷ୍ଟ ୪ ତାରିଖ ପରିଚାଳନା କମିଟି ବୈଠକ ପ୍ରସ୍ତାବର ଦୃଢ଼ୀକରଣ, କାର୍ତ୍ତିକ ମାସ ଓ ଏହା ପୂର୍ବରୁ ନୀତିକାନ୍ତି ସମୀକ୍ଷା, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟର ଅଗ୍ରଗତି, ସେବକ ବାସଗୃହ, ବାଉଳି ମଠ ଉନ୍ନତୀକରଣ ସମ୍ପର୍କରେ ବୈଠକରେ ଆଲୋଚନା ହେବ।

Related posts

ଅନ୍ତଃକଲେଜ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

mahabharatanews

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

mahabharatanews

ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ

mahabharatanews