ଓଡିଶା

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

(ପୁରୀ) : ୪ରେ ବସିବ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ନଭେମ୍ବର ୪ରେ ନୀଳାଦ୍ରି ଭକ୍ତନିବାସ ସଭାଗୃହରେ ଅନୁଷ୍ଠିତ ହେବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଏଥିରେ ପ୍ରମୁଖ ପ୍ରସଙ୍ଗ ରହିବ।

ସୂଚନାନୁଯାୟୀ ,  ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ କରିବା ଓ ନୂଆବର୍ଷରେ ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ପାଇଁ ଲୋକାର୍ପଣ ଲକ୍ଷ୍ୟ ରଖାଯାଇଥିବାରୁ ଏହା ପୂର୍ବରୁ କେଉଁଦିନ, କେଉଁ ସମୟରେ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ହେବ, ସେ ଉପରେ ପରିଚାଳନା କମିଟି ନୀତିଗତ ନିଷ୍ପତ୍ତି ନେବ। ସେହିଭଳି ଜୁନ୍‌ ୧୨ ତାରିଖ ଓ ଅଗଷ୍ଟ ୪ ତାରିଖ ପରିଚାଳନା କମିଟି ବୈଠକ ପ୍ରସ୍ତାବର ଦୃଢ଼ୀକରଣ, କାର୍ତ୍ତିକ ମାସ ଓ ଏହା ପୂର୍ବରୁ ନୀତିକାନ୍ତି ସମୀକ୍ଷା, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟର ଅଗ୍ରଗତି, ସେବକ ବାସଗୃହ, ବାଉଳି ମଠ ଉନ୍ନତୀକରଣ ସମ୍ପର୍କରେ ବୈଠକରେ ଆଲୋଚନା ହେବ।

Related posts

ଆଜି ଠାରୁ +୨ ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

mahabharatanews

ଝାରପୋଖରିଆରେ ‘ସ୍ୱସ୍ତି ଶ୍ରୀପାଳୀ’ ମହୋତ୍ସବ

mahabharatanews

ପାଳନ ହେବ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ

mahabharatanews