ଭାରତ

୫ ରାଜ୍ୟକୁ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ

(ଦିଲ୍ଲୀ) : ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ବିବରଣୀ ଦେବାକୁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସମେତ ୫ଟି ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟଗୁଡ଼ିକୁ ସତ୍ୟପାଠ ଦାଖଲ ପାଇଁ ଏକ ସପ୍ତାହ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୭ ତାରିଖରେ ହେବ।

ସୂଚନାନୁଯାୟୀ ,ଭବିଷ୍ୟତ ପିଢ଼ି ଉପରେ ବାୟୁ ପ୍ରଦୂଷଣର ବିପୁଳ ପ୍ରଭାବ ରହିବ ବୋଲି କହି କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷକରି ଦିଲ୍ଲୀରେ ଦିନର ସର୍ବୋତ୍ତମ ସମୟ ଭାବେ ବିବେଚନା କରାଯାଉଥିବା ସମୟରେ ପ୍ରଦୂଷଣ ଯୋଗୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅଦାଲତ କହିଛନ୍ତି ଯେ ଏହି ପ୍ରଦୂଷଣ ବର୍ଷକୁ ବର୍ଷ ବଢ଼ିଚାଲିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ ହେଉଛି ନଡ଼ାପୋଡ଼ି।

Related posts

ଫିଲ୍ମ ଷ୍ଟାଇଲରେ ଏମବିଏ ଛାତ୍ରଙ୍କୁ ଏନକାଉଣ୍ଟର

mahabharatanews

ମଣିପୁର ହିଂସା : ମୃତକଙ୍କ ପରିବାରକୁ ସରକାରୀ ଚାକିରି

mahabharatanews

୫ ଗାଁକୁ ଦଖଲ କଲା ରୁଷିଆ

mahabharatanews