ଓଡିଶା

୧୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ 

(ଶିମିଳିପାଳ) : ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଅକ୍ଟୋବର ୧୪ ଖୋଲିବାକୁ ଯାଉଛି ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଏଥର ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ର ରହଣୀର ସୁବିଧା ପାଇପାରିବେ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଧାର୍ଯ୍ୟ କରାଯାଇଛି ।

ସୂଚନାନୁଯାୟୀ , ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ଓ୍ବେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ । ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରୁହେ । ବର୍ଷା ଋତୁ ଆସିବା ମାତ୍ରେ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଓ ନଭେମ୍ବର ପହିଲାରେ ଖୋଲିଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ୧୪ରୁ ଖୋଲିବ ଶିମିଳିପାଳ ।

Related posts

ନୂଆ ଡିଜି ନିଯୁକ୍ତିକୁ ନେଇ ଅଙ୍କକସା ଆରମ୍ଭ

mahabharatanews

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews

ବନ୍ୟା ଆଶଙ୍କା;  ବିପଦ ସଙ୍କେତରେ ଜଳକା ନଦୀ

mahabharatanews