ଓଡିଶା

ଖଲ୍ଲିକୋଟ ହିଂସାକାଣ୍ଡ; ତଦନ୍ତ ପାଇଁ ଏସଆଇଟି ଗଠିତ

(ଖଲ୍ଲିକୋଟ) : ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଏସଆଇଟି ଗଠିତ ହେଲା।  ଏସ୍‌ଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ତଦନ୍ତ କରିବ।ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ।

ସୂଚନାନୁଯାୟୀ , ଏସଆଇଟି ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ କରିବ ବୋଲି ଜଣାଯାଇଛି। ଏଡିଜି ରାଧାକୃଷ୍ଣ ଶର୍ମା ଛତ୍ରପୁରରେ କ୍ୟାମ୍ପ ଅଫିସ୍ କରି ସେଠାକାର ଆଇନଶୃଙ୍ଖଳା ଉପରେ ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। ଖଲ୍ଲିକୋଟରେ ନିର୍ବାଚନୀ ହିଂସାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ଉଭୟ ପକ୍ଷର ୭ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲେ।

Related posts

ଆସନ୍ତାକାଲି ପରିକ୍ରମା ପ୍ରକଳ୍ପର ଶୁଣାଣି

mahabharatanews

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

mahabharatanews

ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews