ଭାରତ

ଚାରିଧାମ ତୀର୍ଥକ୍ଷେତ୍ରରେ VIP ଦର୍ଶନ ବନ୍ଦ

(କେଦାରନାଥ):  ଚାରିଧାମ ତୀର୍ଥକ୍ଷେତ୍ରରେ ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା VIP ଦର୍ଶନ । ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାରୁ ଉତ୍ତରାଖଣ୍ତ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ଭକ୍ତଙ୍କ ପଞ୍ଜୀକରଣକୁ ମଧ୍ୟ ବାଧ୍ୟକାମୂଳକ କରାଯାଇଛି । ମେ ୩୧ ତାରିଖ ପର୍ଯ୍ୟନ୍ତ କେଦାରନାଥ, ବଦ୍ରିନାଥ, ଯମୁନୋତ୍ତରୀ ଏବଂ ଗଙ୍ଗୋତ୍ରୀରେ ଭିଆଇପି ଦର୍ଶନକୁ ସ୍ଥଗିତ ରଖାଯାଇଛି ।

ସୂଚନାନୁଯାୟୀ , ଉତ୍ତରାଖଣ୍ଡର ପବିତ୍ର ଚାର ଧାମ ଯାତ୍ରା ମେ ୧୦ରୁ ଆରମ୍ଭ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି ଯାହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ନୂଆ ନିୟମ ଜାରି କରିଛନ୍ତି, ଚାରିଧାମ ଯାତ୍ରା ସମୟରେ ମନ୍ଦିରରୁ 50 ମିଟର ବ୍ୟାସାର୍ଦ୍ଧରେ ଭିଡିଓ ରିଲ ତିଆରି କରିବାକୁ ମଧ୍ୟ ବାରଣ କରାଯାଇଛି । ସେପଟେ ଚାରିଧାମ ଯାତ୍ରା ବେଳେ ରିଲ୍ସ କରିବା ଉପରେ ଲାଗି ପ୍ରତିବନ୍ଧକ ଉତ୍ତରାଖଣ୍ଡ ସରକାର ଦେଇଥିବା ବିଜ୍ଞପ୍ତିରେ ଅନୁସାରେ, ଅନେକ ଲୋକ ମନ୍ଦିର ପରିସରରେ ସୋସିଆଲ ମିଡିଆ ପାଇଁ ଭିଡିଓଗ୍ରାଫି / ରିଲ୍ସ ତିଆରି କରୁଛନ୍ତି। ଯେଉଁ କାରଣରୁ ଗୋଟିଏ ସ୍ଥାନରେ ଭିଡ଼ ଜମିବା କାରଣରୁ ଭକ୍ତମାନେ ଦର୍ଶନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Related posts

ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର

mahabharatanews

ବଲିଉଡ଼ର ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ଶାହେବ ଫାଲ୍‌କେ ଆୱାର୍ଡ

mahabharatanews

ଅଷ୍ଟ୍ରେଲିଆରେ ପହଚିଂଲେ ରୋହିତ ସେନା

mahabharatanews