କାନପୁର: ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସ୍ଥାନୀୟ ପୁଲିସର ସମ୍ପର୍କକୁ ନେଇ ହୋଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଏହି ତଦନ୍ତ କରୁଥିବା ବେଳେ ଏହାର ନେତୃତ୍ୱ ନେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ଭୁଶ୍ରେଡି । ଆଜି ସେ କାନପୁରର ବିକ୍ରୁ ଅଞ୍ଚଳ ଗସ୍ତ କରିବେ ଯେଉଁଠାରେ ବିକାଶର ଗ୍ୟାଙ୍ଗ ୮ଜଣ ପୁଲିସ କର୍ମଚାରୀଙ୍କୁ ଗୁଳିକରି ହତ୍ୟାକରିଥିଲା ।
ଭିଶ୍ରୁଡେ କହିଛନ୍ତି, ଆଜି ଆମେ ଘଟଣାସ୍ଥଳକୁ ଗସ୍ତ କରିବୁ । ତେବେ ଏସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ସେ ମାନକରିଦେଇଥିଲେ । ରାଜ୍ୟ ସରକାର ଏହି ଏସଆଇଟି ଗତକାଲି ଗଠନ କରିଛନ୍ତି । ଏହି ଦଳରେ ଆଡିସିନାଲ ଡିଜି ହରିରାମ ଶର୍ମା ଓ ଡିଆଇଜି ରବିନ୍ଦ୍ର ଗୌଡା ସାମିଲ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଏସଆଇଟିକୁ ୩୧ ଜୁଲାଇ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳ ହତ୍ୟାର ଦିଗ, ସମସ୍ତ ନଥିପତ୍ର ଓ ଘଟଣାସ୍ଥଳ ତଦନ୍ତ କରିବା ପରେ ଏହି ରିପୋର୍ଟ ଦେବ । ଦୁବେ ନାମରେ ହୋଇଥିବ।। ଅଭିଯୋଗ ଆଧାରରେ କେଉଁ ପଦକ୍ଷେପ ନିଆଯାଇଛି ତା ଉପରେ ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି ।
previous post