ଓଡିଶା

ଅଗ୍ନିଶମ ବିଭାଗ ଭିତରେ ସାପ

ଚାନ୍ଦବାଲି(ମହାଭାରତ): ଭଦ୍ରକ ଚାନ୍ଦବାଲି ଏନଏସି ଅନ୍ତର୍ଗତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି ଏକ ବିରାଟ ନାଗ ସାପ । ବନବିଭାଗ ଏବଂ ସାପ ଧରାଳିମାନଙ୍କ ମିଳିତ ଉଦ୍ୟମରେ ୫ ଫୁଟ ଲମ୍ବର ଏହି ନାଗ ସାପକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ କାର୍ଯ୍ୟାଳୟ ଭିତରେ ଏହି ନାଗସାପକୁ ଦେଖି ଅଧିକାରୀମାନେ ବନବିଭାଗକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ ଏବଂ ସାପ ଧରାଳୀ ଦୁଖୁରାମ ଦାସ । ଏହାପରେ ଆରମ୍ଭ ହୋଇଥିଲା ସାପ ଧରିବା କାର୍ଯ୍ୟକ୍ରମ । ଦୁଖୁରାମ ସାପଟିକୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏହାପରେ ସାପଟିକୁ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲରେ ଛାଡିଛି ବନବିଭାଗ ।

Related posts

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: କୋଭିଡ୍-୧୯ ଗାଇଡଲାଇନ୍ କଡ଼ାକଡ଼ି  ପାଳନ କର

mahabharatanews

ଆଉ ୨ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରା

mahabharatanews