ଓଡିଶା

ଆଉ ୨ ନୂଆ ସଂକ୍ରମିତ ଚିହ୍ନଟ

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।  ମାତ୍ର ଏମାନେ କରୋନାର ନୂଆ ପ୍ରଜାତି ଜେଏନ୍‌.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ଗତ ୨୪ଘଣ୍ଟାରେ ଦେଶରେ ୪ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ , କରୋନାର ସଂକ୍ରମିତ ହେଲେ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ ସ୍ଥାନୀୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହାସହ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ବର୍ତ୍ତମାନସୁଦ୍ଧା କୌଣସି କଟକଣା ଜାରି କରି ନାହାନ୍ତି। ତେବେ ଗଞ୍ଜାମ ପ୍ରଶାସନ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଲାଗି ପରାମର୍ଶ ଦେଇଛି।

Related posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ

mahabharatanews

ମହିଳା ହକି ଖେଳାଳିଙ୍କୁ କାର ଉପହାର

mahabharatanews

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର  ଆହତ

mahabharatanews