ଭାରତରାଜନୀତି

ଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନା

ବିଧାୟକଙ୍କ ବୈଠକ ଡାକିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଦିଲ୍ଲୀରେ ଆପ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଆମ ଆଦମୀ ପାର୍ଟି କହିଛି। ଏନେଇ ଦଳ ପକ୍ଷରୁ ସମସ୍ତ ବିଧାୟକଙ୍କ ବୈଠକ ଡାକିଛି ଆପ। ଦଳ ପକ୍ଷରୁ କିଛି ବିଧାୟକଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ଜଣାପଡିଛି। ଆପର ୪ ଜଣ ବିଧାୟକ ୨୦ କୋଟି ଟଙ୍କା ବିନିମୟରେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ତେଣୁ ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଏକ ବୈଠକ ଡକାଯାଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଥିବା ନେଇ ଆପ ଅଭିଯୋଗ କରିଛିା ଆପର ପିଏସି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ଏକ ବୋଗସ ଏଫଆଇଆର ଦାଖଲ କରାଯାଇଛି ଏବଂ ତାଙ୍କ ବିରୋଧରେ ସିବିଆଇ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ସିସୋଡିଆଙ୍କ ଉପରେ ପିଏସି ନିଜର ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଆହୁରି ଦୃଢୀଭୂତ କରିଛି ଏବଂ ଏହି ଆକ୍ରମଣରେ ସିବିଆଇ ତାଙ୍କ ବିରୋଧରେ କିଛି ଖୋଜିବାରେ ବିଫଳ ହୋଇଛି।

ପିଏସର ସଂକଳ୍ପ ବିଷୟରେ ପଢିବା ସହ ଶ୍ରୀ ସିଂହ କହିଛନ୍ତି ଯେ ବିଜେପି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିସୋଡିଆଙ୍କୁ ଏକ ବାର୍ତ୍ତା ମାଧ୍ୟମରେ କହିଥିଲା ଯେ ଯଦି ସେ ସମସ୍ତ ମାମଲା ବନ୍ଦ କରିବାକୁ ଚାହାଁନ୍ତି ତାହାଲେ ଆପ ଛାଡି ବିଜେପିରେ ଯୋଗ ଦିଅନ୍ତୁ। ଶ୍ରୀ ସିସୋଡିଆ ମନା କରିବା ପରେ ବିଜେପି ଅନେକ ଆପ ବିଧାୟକଙ୍କ ସହ ଯୋଗାଯୋଗ କରି ୨୦ କୋଟି ଟଙ୍କା ନେଇ ବିଜେପିରେ ଯୋଗଦେବାକୁ ଧମକ ଦିଆଯାଇଥିଲା। ନଚେତ ଶ୍ରୀ ସିସୋଡିଆଙ୍କ ପରି ହରକତ ହେବେ ବୋଲି ବିଜେପି ଧମକ ଦେଇଥିଲା। ଅସାମ୍ବିଧାନିକ ତଥା ଦୁର୍ନୀତିଗ୍ରସ୍ତ ବିଜେପି ଦିଲ୍ଲୀରେ ଆପ ସରକାରକୁ ଭାଙ୍ଗିବାକୁ ଭାରି ଆଗ୍ରହୀ। ତେବେ ଦିଲ୍ଲୀରେ ସରକାର ସ୍ଥିର ରହିଛି। ଦଳର କୌଣସି ବିଧାୟକ କି ସାଂସଦ ଦଳ ଛାଡି ଯିବେ ନାହିଁ ବୋଲି ଆପ ଦିଲ୍ଲୀବାସୀଙ୍କୁ ଆଶ୍ୱାସନା ଦେଇଛି। ବୈଠକ ପରେ ଶ୍ରୀ ସିଂହ କହିଛନ୍ତି ଯେ ବିଜେପି ଟଙ୍କା ବଳରେ ଅନୈତିକ ଉପାୟରେ ସାରା ଭାରତରେ ସରକାର ଗଢିବାକୁ ଚାହୁଁଛି। ଆମେ ଏହାକୁ ନିନ୍ଦା କରୁଛୁ।

ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିବାକୁ ଚାହୁଁଛୁ କି ରାଜ୍ୟ ସରକାରଙ୍କୁ ଟପିଯିବା ଏବଂ ରାଜନୈତିକ ନେତାଙ୍କ ଘରେ ସିବିଆଇ ଓ ଇଡି ପଠାଇବା ପରିବର୍ତ୍ତେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସମୟ ଦେବା ଉଚିତ ବୋଲି କହିଥିଲେ। ସଂପ୍ରତି ଲୋକମାନେ ଉଭୟ ବେକାରୀ ଓ ଦରବୃଦ୍ଧିର ଶିକାର ହେଉଛନ୍ତି। ତେବେ ଆପଣ ଆପଣଙ୍କ ସମସ୍ତ ସମୟକୁ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଭାଙ୍ଗି ଅସ୍ଥିରତା ସୃଷ୍ଟି କରିବାରେ ଅପଚୟ କରୁଛନ୍ତି ବୋଲି କହିଥିଲେ। ବିଧାୟକଙ୍କୁ କିଣିବା ଲାଗି ଏତେ ଟଙ୍କା କେଉଁଠୁ ଆସୁଛି କେତେ ଟଙ୍କା ଜମା ହୋଇଛି ତାହା ଦେଶ ଜାଣିବାକୁ ଚାହୁଁଥିବା ଶ୍ରୀ ସିଂହ କହିଛନ୍ତି।

Related posts

ଆଜି ଭାରତୀୟ ବାୟୁସେନାର ୯୦ତମ ପ୍ରତିଷ୍ଠା ଦିବସ ; ଚଣ୍ଡିଗଡ଼ର ସୁଖ୍ନା ଲେକରେ ହେଉଛି ଏୟାର ସୋ

mahabharatanews

ଉତ୍ତାପ ପାଇଁ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ  

mahabharatanews

ଚମ୍ପଟ ମାରିଲା ଜଣେ କଏଦୀ

mahabharatanews