Uncategorized

ସୋପୋର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

(ଶ୍ରୀନଗର): ଗୁରୁବର ସକାଳେ ଜାମ୍ମୁକାଶ୍ମୀରର ସୋପାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ହର୍ଦ୍ଦସିଭ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଘଟଣା ସ୍ଥଳରେ ସୋପାର ପୁଲିସର ମିଳିତ ଟିମ୍ ଓ ସିଆରପିଏଫ୍ ଯବାନମାନେ ଏକକାଳୀନ ଚଢାଉ କରିଥିଲେ । ଏହି ସମୟରେ ଆତଙ୍କୀଙ୍କ ସହ ଯବାନମାନଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ କେଉଁ ଆତଙ୍କୀ ଗୋଷ୍ଠୀ ପାଇଁ ସେମାନେ କାର୍ଯ୍ୟ କରୁଥିଲେ ତାହା ରିପୋର୍ଟ ଲେଖାଯିବା ଯାଏ ଜଣାପଡିନାହିଁ । ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଗୁଳିଗୋଳା ସହ ମାରଣାସ୍ତ୍ର ଜବତ ହୋଇଛି । ଏହି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏହା ପୂର୍ବରୁ ଜୁନ୍ ୨୩ରେ ପୁଲୱାମାର ବାନ୍ଧୁ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ବାରା ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏଥିରେ ଜଣେ ସିଆରପିଏଫ୍ ଯବାନଙ୍କର ମୃତ୍ୟୁ ଘଟିଥିଲା।

Related posts

ସ୍କୁଲ ଲାଇବ୍ରେରୀରେ ଅଗ୍ନିକାଣ୍ଡ: ବ୍ୟାପକ କ୍ଷୟକ୍ଷତି

mahabharatanews

ଦେଶରେ ଦିନକରେ ୨୩ ହଜାର ୯୫୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଅର୍ଦ୍ଧ ସୁରକ୍ଷା ବଳର ମହା ନିର୍ଦ୍ଦେଶକ ହେଲେ ଏ ପି ମାହେଶ୍ୱରୀ

mahabharatanews