ମନୋରଞ୍ଜନ

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

(ଦିଲ୍ଲୀ) :  ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ପାରାସାଇଟ୍‌’ର ଅଭିନେତାଙ୍କ ମୃତ ଦେହ ଉଦ୍ଧାର । ସନ୍ଦିଗ୍ଧ ଅବସ୍ଥାରେ କାର୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ‘ପାରାସାଇଟ୍‌’ରେ ଅଭିନୟ କରିଥିବା ଦକ୍ଷିଣ କୋରିଆର ପ୍ରସିଦ୍ଧ ଅଭିନେତା ଲି ସୁନ୍-କ୍ୟୁନଙ୍କର ଦେହାନ୍ତ ହୋଇଛି । ଏନେଇ ଆଜି ଦକ୍ଷିଣ କୋରିଆର ଅଧିକାରୀମାନଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ , ମାତ୍ର ୪୮ ବର୍ଷ ବୟସରେ ଅଭିନେତାଙ୍କର ମୃତ୍ୟୁ ହୋଇଛି । ସିଓଲର ଏକ ପାର୍କରେ ଏକ କାର ଭିତରୁ ଲି’ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ତେବେ କାର ଭିତରୁ କୋଇଲା ଅଙ୍ଗାର ଜଣାଇବା ପରେ ପ୍ରମାଣ ମିଳିଛି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କାର ଭିତରୁ କୋଇଲା ଅଙ୍ଗାର ଜଣାଇବା ପରେ ପ୍ରମାଣ ମିଳିଛି ଏହା ସହ ଏକ ସୁସାଇଡ୍ ନୋଟ୍ ଓ କିଛି ସମ୍ପତ୍ତିର କାଗଜପତ୍ର ମଧ୍ୟ ଯବତ କରାଯାଇଛି । ଏହି ମାମଲାରେ ଲି’ଙ୍କୁ ୩ ଥର ଗିରଫ ମଧ୍ୟ କରାଯାଇଥିଲା ଏବଂ ୧୯ ଘଣ୍ଟା କାଳ ତାଙ୍କୁ ଜେରା ମଧ୍ୟ କରାଯାଇଥିବା ନେଇ ସୂଚନା ରହିଛି । ‘

Related posts

ଜନ୍‌ଙ୍କ ସହ ଡେବ୍ୟୁ କରିବେ ଶେହନାଜ!

mahabharatanews

ମନ ମୋହୁଛି ଫିଲ୍ମ ‘ଫାଇଟର୍‌’ 

mahabharatanews

କ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ  

mahabharatanews