ଓଡିଶା

ସପ୍ତାହାନ୍ତରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ଦୁଇ ଦିନ ବନ୍ଦ କରହିବ ମହାପ୍ରଭୁଙ୍କ ଦର୍ଶନ । ସପ୍ତାହାନ୍ତରେ ଅର୍ଥାତ୍ ଶନିବାର ଓ ରବିବାର ଦୁଇଦିନ ବନ୍ଦ ରହିବ ଜଗା ଦର୍ଶନ । ତେବେ ଆଗାମୀ ସପ୍ତାହରୁ ଏହି ନିୟମ ଲାଗୁ କରାଯିବ । ଶ୍ରୀମନ୍ଦିରରେ କରୋନା ସଂକ୍ରମଣ ପରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ଛତିଶା ନିଯୋଗ ବୈଠକ ବସିଥିଲା ।
ବୈଠକରେ ଦୁଇ ଦିନ ମନ୍ଦିରରେ ଜଗା ଦର୍ଶନ ବନ୍ଦ ସହ ବାହାର ଭକ୍ତ ୨ଟି କରୋନା ଟୀକା ଡୋଜ ନେଇଥିବେ ନୋହିଲେ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯିବ ।

Related posts

ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ

mahabharatanews

ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଲେ ମନ୍ତ୍ରୀ

mahabharatanews

ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା

mahabharatanews