ଅପରାଧ

କଟକ ଡିସିପି ଅଫିସରେ ହାଇଦର

ଭୁବନେଶ୍ୱର: ହାଇଦର ଫେରାରର ୫ ଦିନ ପରେ କମିଶନରେଟ ପୁଲିସ ପୁଣି ହାଇଦରକୁ ତେଲେଙ୍ଗାନାରୁ ଧରିବା ପରେ ଏହି ମୋଷ୍ଟ ୱାଣ୍ଟେଡକୁ ଆଜି କଟକ ଡିସିପି ଅଫିସକୁ ନିଆଯାଇଛି । ଗତକାଲି ତେଲେଙ୍ଗାନା କୋର୍ଟରେ ହାଇଦରକୁ ହାଜର କରାଯିବା ପରେ କମିଶନରେଟ ପୁଲିସ ତାକୁ ଟ୍ରାଞ୍ଜିଟ ରିମାଣ୍ଡେରେ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ସେଠାରୁ କଡା ସୁରକ୍ଷା ମଧ୍ୟରେ ଆଜି ସକାଳୁ କଟକ ନିଆଯାଇଛି ।
ଏବେ ପୁଲିସ ହାଇଦରଠୁ ତା ଫେରାର ପଛ ଷଡଯନ୍ତ୍ରର ରହସ୍ୟ ଉନ୍ମୋଚନ କରିବ । ତାର ଫେରାରରେ ପୁଲିସ, ଜେଲ ପ୍ରଶ।।ସନ, ମେଡିକାଲ ପ୍ରଶାସନର କାହାର ସହଯୋଗ ରହିଛି ତାର ପଚରା ଉଚରା କରିବ । ସେ କଟକରୁ କିପରି ଗଲା ତା ଉପରେ ପଚରାଉଚରା କରିବ ।
ହାଇଦର ଧରାପଡିବା ପରେ ସିପି କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ସଙ୍ଗାରେଡିର ଏକ କୋର୍ଟରେ ତାକୁ ହାଜର କରାଯାଇ ତାର ଟ୍ରାଞ୍ଜିଟ ରିମାଣ୍ଡ ଅଣାଯାଇଥିଲା । ଏହାପରେ ବିମାନଯୋଗେ ଓଡିଶା ଅଣାଯାଇଛି । ପୂର୍ବରୁ ମଙ୍ଗଳାବାଗ ଥାନାରେ ତାର ଫେରାର ପରେ ହୋଇଥିବା ମାମଲା ଆଧାରରେ ତାକୁ କୋର୍ଟରେ ହାଜର କରାଯିବ । କୋର୍ଟରୁ ରିମାଣ୍ଡରେ ଆଣି ଫେରାର ପଛର ସବୁ ଗୁମର ତାଠାରୁ ଓଗଳା ଯିବ ବୋଲି ସିପି କହିଛନ୍ତି ।

Related posts

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

mahabharatanews

ଆଉ ଜଣେ ଭଣ୍ଡ ବାବା ବୀରେନ୍ଦ୍ରଙ୍କ ନାମରେ ରେଡ କର୍ଣ୍ଣର ନୋଟିସ

mahabharatanews

ସାମ୍ବାଦିକା ମଧୁସ୍ମିତା ମୃତ୍ୟୁ ମାମଲା: ସ୍ୱାମୀ ଶ୍ରୀଧର ଜେନା ଗିରଫ

mahabharatanews