ଅପରାଧ

ପୂର୍ବ ଶତୃତାରୁ ଛୁରାମାଡ

ଝାରସୁଗୁଡା: ଘରେ ପଶି ଗୋଟିଏ ପରିବାରର ୪ ଜଣଙ୍କ ଉପରେ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ତେବେ ଏଭଳି ହଠାତ ଆକ୍ରମଣର କାରଣ ପୂର୍ବ ଶତୃତା ବୋଲି ଜଣାପଡିଛି । ଛୁରୀରେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ଘଟଣାସ୍ଥଳରୁ ହୋଇଯାଇଛନ୍ତି । ଆକ୍ରମଣରେ ଗୁରୁତର ମଣ୍ଡଳିଆ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟରା ଘଟିଛି ଝାରସୁଗୁଡା ବ୍ରଜରାଜନଗର ଶାସ୍ତ୍ରୀନଗରଠାରେ ।
ଶାସ୍ତ୍ରୀନଗରରେ ବସବାସ କରୁଥିବା ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ବାରମ୍ବାର ବିବାଦ ଲାଗି ରହିଥିଲା । ତେବେ ଏହି ପୂର୍ବ ଶତୃତାକୁ କେନ୍ଦ୍ର କରି ପଡୋଶୀ ପରିବାରର ୭ରୁ ୮ ଜଣ ଯୁବକ ରାଜେନ୍ଦ୍ର ସାଓଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ରାଜେନ୍ଦ୍ରଙ୍କ ନିକଟରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ ସେମାନେ । ଏହି ସମୟରେ ବୋହୂ ମୁନି ଦେବୀ ଚାଲି ଆସିବାରୁ ପ୍ରଥମେ ତାଙ୍କ ଉପରେ ଛୁରାମାଡ କରିଥିଲେ ଦୁର୍ବୃତ୍ତ । ପରେ ମୁନୀଙ୍କ ସ୍ୱାମୀ, ଶାଶୁ ଏବଂ ମାମୁ ସେଠାକୁ ଆସିବାରୁ ସେମାନଭ୍କୁ ମଧ୍ୟ ଛୁରାମାଡ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ଆକ୍ରମଣରେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନଭ୍କ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ ଓରିଏଣ୍ଟ ଥାନା ଏବଂ ବ୍ରଜରାଜନଗର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଖୋଜି ପାଇବାରେ ସଫଳ ହୋଇପାରିନାହିଁ ପୋଲିସ ।

Related posts

ରାଜ୍ୟରୁ ନିଶା ଦ୍ରବ୍ୟ ଜବତ

mahabharatanews

ଚୋରା କଇଁଛ କାରବାର, ୪ ଗିରଫ

mahabharatanews

ଲୋକଙ୍କ ଅତର୍କିତ ଆକ୍ରମଣର ଶିକାର ପୁଲିସ: ୪ ଗୁରୁତର

mahabharatanews

Leave a Comment