ଅପରାଧ

ପୂର୍ବ ଶତୃତାରୁ ଛୁରାମାଡ

ଝାରସୁଗୁଡା: ଘରେ ପଶି ଗୋଟିଏ ପରିବାରର ୪ ଜଣଙ୍କ ଉପରେ ଛୁରାମାଡ କରିଛନ୍ତି ଦୁର୍ବୃତ୍ତ । ତେବେ ଏଭଳି ହଠାତ ଆକ୍ରମଣର କାରଣ ପୂର୍ବ ଶତୃତା ବୋଲି ଜଣାପଡିଛି । ଛୁରୀରେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ଘଟଣାସ୍ଥଳରୁ ହୋଇଯାଇଛନ୍ତି । ଆକ୍ରମଣରେ ଗୁରୁତର ମଣ୍ଡଳିଆ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟରା ଘଟିଛି ଝାରସୁଗୁଡା ବ୍ରଜରାଜନଗର ଶାସ୍ତ୍ରୀନଗରଠାରେ ।
ଶାସ୍ତ୍ରୀନଗରରେ ବସବାସ କରୁଥିବା ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ବାରମ୍ବାର ବିବାଦ ଲାଗି ରହିଥିଲା । ତେବେ ଏହି ପୂର୍ବ ଶତୃତାକୁ କେନ୍ଦ୍ର କରି ପଡୋଶୀ ପରିବାରର ୭ରୁ ୮ ଜଣ ଯୁବକ ରାଜେନ୍ଦ୍ର ସାଓଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ରାଜେନ୍ଦ୍ରଙ୍କ ନିକଟରୁ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ ସେମାନେ । ଏହି ସମୟରେ ବୋହୂ ମୁନି ଦେବୀ ଚାଲି ଆସିବାରୁ ପ୍ରଥମେ ତାଙ୍କ ଉପରେ ଛୁରାମାଡ କରିଥିଲେ ଦୁର୍ବୃତ୍ତ । ପରେ ମୁନୀଙ୍କ ସ୍ୱାମୀ, ଶାଶୁ ଏବଂ ମାମୁ ସେଠାକୁ ଆସିବାରୁ ସେମାନଭ୍କୁ ମଧ୍ୟ ଛୁରାମାଡ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ଆକ୍ରମଣରେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନଭ୍କ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ ଓରିଏଣ୍ଟ ଥାନା ଏବଂ ବ୍ରଜରାଜନଗର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଖୋଜି ପାଇବାରେ ସଫଳ ହୋଇପାରିନାହିଁ ପୋଲିସ ।

Related posts

ଲାଏଡିଟେକ୍ସନ ଟେଷ୍ଟରେ ସମସ୍ତେ କହିଛନ୍ତି ସତ

mahabharatanews

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ପରିବା ବ୍ୟବସାୟୀଙ୍କୁ ଲୁଟି ଫେରାର ହେବା ବେଳେ ପୁଲିସ ହାତରେ ଦୁଇ ଅପରାଧି

mahabharatanews