ଓଡିଶାରାଜନୀତି

ପାଇକ ସ୍ମାରକୀକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ଆଇଟି ପଲିସି ୨୦୨୨କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି। ସେହିପରି ଦୁଇଟି ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଲାଗି ମଧ୍ୟ ଅନୁମୋଦନ ମିଳିଛି। ଏଥିରେ ରାୟଗଡା ଜିଲ୍ଲାର ୧୫ଟି ପଞ୍ଚାୟତ ଓ କୋରାପୁଟରେ ୩୧ ପଞ୍ଚାୟତକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ ପ୍ରସ୍ତାବକୁ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖଙ୍କୁ ଅବଗତ କରାଯାଇଥିଲା। ଏଥିରେ ମଧ୍ୟ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ପ୍ରଥମ ପ୍ରସ୍ତାବ ରୂପେ ପାଇକ ସ୍ମାରକୀ ଲାଗି ରାଜ୍ୟ ସରକାର ୯.୬୮ ଏକର ଜମି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ଯୋଗାଇ ଦିଆଯାଇଛି। ସେହିପରି ରାୟଗଡାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଦୁଇଟି ବ୍ଲକର ୧୫ଟି ପଞ୍ଚାୟତର ୧୨୯ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ ରମନଗୁଡା ବ୍ଲକ ଅଧୀନରେ ଥିବା ୭ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୮ ଟି ଗ୍ରାମର ପ୍ରାୟ ୧୬ହଜାର ୩୨ ଜଣ ଓ କୋଇନରା ବ୍ଲକ ଅଧୀନରେ ଥିବା ୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୧ ଟି ଗ୍ରାମର ପ୍ରାୟ ୧୯ ହଜାର ୩୭୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ।

Related posts

ନକଲି ସୋରିଷ ତେଲ ଜବତ, ବ୍ୟବସାୟୀ ଗିରଫ

mahabharatanews

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

mahabharatanews

ବବିଙ୍କୁ ନେଇ ବିବାଦ

mahabharatanews

Leave a Comment