ଓଡିଶା

 ନିର୍ବାଚନ ପ୍ରଚାର ପାଇଁ ଗାଡିର ଶୁଭାରମ୍ଭ କଲା କଂଗ୍ରେସ

(ଭୁବନେଶ୍ୱର) : ବିଜେଡି ଓ ବିଜେପିକୁ ପରେ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ କଂଗ୍ରେସ । ଦିନକୁ ଦିନ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ କଂଗ୍ରେସ ନେତାଙ୍କୁ ନେଇ ଅନ୍ୟଦଳ ଅନେକ ସ୍ବପ୍ନ ଦେଖୁଥିବା ବେଳେ କଂଗ୍ରେସ କିନ୍ତୁ ରାଜ୍ୟରେ ନିରାଶ । ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଏଲଇଡି ଗାଡିର ଶୁଭାରମ୍ଭ କରିଛି କଂଗ୍ରେସ ।

ସୂଚନାନୁଯାୟୀ , ଚାରିଆଡ଼େ ବୁଲିବ ଏହି ହାଇଟେକ ଗାଡ଼ି । ଠିକ୍ ଏହି ଭଳି ହାଇଟେକ୍ ଗାଡ଼ି ଆପଣଙ୍କ ଅଂଚଳରେ ବୁଲିବ । ଯେଉଁ ଗାଡ଼ି ଜରିଆରେ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ପ୍ରଚାର କରିବ । ଏଲଇଡି ଲାଗିଥିବା ଏଭଳି ଶହେଟି ହାଇଟେକ୍ ଗାଡ଼ି ଜରିଆରେ ଲୋକଙ୍କ ପାଖରେ ପହଂଚିବ ଦଳ । କଂଗ୍ରେସ ଭବନରେ ପ୍ରାଥମିକ ପର୍ଯ୍ୟାୟରେ ୩ଟି ଗାଡ଼ିର ଶୁଭାରମ୍ଭ କରାଯାଇଛି । ସେହିପରି କଂଗ୍ରେସର ୫ ନ୍ୟାୟ ଓ ୨୫ଟି ଗ୍ୟାରେଂଟିର ପ୍ରତିଶ୍ରୁତିକୁ ପ୍ରଚାର କରିବ ଦଳ । ‘ହକ୍ ପାଇଁ ନ୍ୟାୟ’, ‘କୃଷକ ନ୍ୟାୟ’, ‘ମହିଳା ନ୍ୟାୟ’, ‘ଶ୍ରମ ନ୍ୟାୟ’ ଏବଂ ‘ଯୁବ ନ୍ୟାୟ’ ଏହି ୫ ନ୍ୟାୟ ନେଇ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିର କଥାକୁ ଭିଡିଓ ବାର୍ତା ଜରିଆରେ ପ୍ରଚାର କରାଯିବ ।

Related posts

ଆଜି କୁମାର ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ଆଲର୍ଟ 

mahabharatanews

ରଥ ନିର୍ମାଣ ପାଇଁ ନବମ ପର୍ଯ୍ୟାୟରେ ୨୭ ଖଣ୍ଡ ୪୦ ଫୁଟିଆ ଧଉରା ଓ ଅସନ କାଠ ପହଞ୍ଚିଲା

mahabharatanews