ଓଡିଶା

ଜଲାପୁଟ ଡଙ୍ଗାବୁଡି ଘଟଣା: ୩ ନିଖୋଜଙ୍କ ମଧ୍ୟରୁ ୨ଙ୍କ ମୃତଦେହ ଉଦ୍ଧାର

କୋରାପୁଟ: କୋରାପୁଟ ଜିଲା ଜଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ନିଖୋଜଥିବା ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଉ ଜଣେ ନିଖୋଜ ରହିଛନ୍ତି, ନିଖୋଜ ଯୁବକଙ୍କୁ ଓଡ୍ରାଫ ଟିମ ଖୋଜାଖୋଜି କରୁଛି ।
କୋରାପୁଟ ଜିଲା ପାଡୁଆ ଗ୍ରାମର ୫ ଯୁବକ ଏକ ମାଛ ଧରା ଡଙ୍ଗାରେ ଜଲାପୁଟ ଜଳଭଣ୍ଡାର ଦେଇ ଆରପାରି ରାମତା ଗ୍ରାମକୁ ଯାଉଥିଲେ । ହଠାତ୍ ଜଳଭଣ୍ଡାରରେ ଡଙ୍ଗାଟି ବୁଡି ଯାଇଥିଲା । ସେମାନଙ୍କ ମଧ୍ୟରୁ ମନୋଜ ହନ୍ତାଳ ଏବଂ ଅଭୟ ହନ୍ତାଳ ଦୁଇଜଣ ପହଁରି ପହଁରି କୂଳକୁ ଫେରି ଆସିଥିଲେ ଓ ଭୟରେ ଘରକୁ ଚାଲିଯାଇଥିଲେ କାହାରିକୁ କିଛି ନ ଜଣାଇ । ପରେ ନିଖୋଜ ୩ ଜଣଙ୍କ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରି ମନୋଜ ଓ ଅଭୟଙ୍କୁ ପଚାରିବାରୁ ସେମାନେ ସବୁ କଥା କହିଥିଲେ । ଏହା ପରେ ପଡୁଆ ପୁଲିସ ଖବର ପାଇ ଓଡ୍ରାଫକୁ ସୂଚିତ କରିଥିଲା ଓ ସେମାନଙ୍କୁ ଖୋଜା ଯାଇଥିଲା ।

Related posts

କରୋନା ସଚେତନତା ପାଇଁ ପୁରୀରେ ନିଯୁକ୍ତ ହେବେ ସ୍ୱେଚ୍ଛାସେବୀ

mahabharatanews

କାରାଗାରରେ କଏଦୀ ମୃତ ଦେହ ଠାବ   

mahabharatanews

ମୁଡ଼କି ଫ୍ୟାକ୍ଟ୍ରିରେ ଅଚାନକ ଭୟାବହ ଅଗ୍ନିକାଣ୍ଡ 

mahabharatanews