ଓଡିଶା

 ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

(ଭୁବନେଶ୍ୱର) : ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅନୁଷ୍ଠିତ ହୋଇଯାଇଛି ।

ସୂଚନାନୁଯାୟୀ ,ବିଜୁବାବୁ ଜଣେ ଦକ୍ଷ ପାଇଲଟ୍‌, ବଡ଼ ଶିଳ୍ପପତି ତଥା ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ସୁନାମ ଅର୍ଜନ କରିଥିଲେ ।  ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ଖୁସିର କଥା ଆଜି ଗାଁରେ ରୂପାନ୍ତର ଆସିଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଗାଁର ସରକାରୀ ବିଦ୍ୟାଳୟରେ ଘରୋଇ ବିଦ୍ୟାଳୟଠାରୁ ଅଧିକ ସୁବିଧା ମିଳୁଛି । ପିଲାଙ୍କ ପାଇଁ କ୍ରୀଡ଼ାର ସୁବିଧା ମିଳୁଛି । ଗାଁ ସ୍କୁଲର ପିଲା ଆଜି ଡାକ୍ତର, ଇଂଜିନିୟର, ଆଇଏଏସ୍‌ ଅଫିସର ହେବାର ସ୍ୱପ୍ନ ଦେଖିପାରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗାଁ ଲୋକଙ୍କର ଚିକିତ୍ସା ଚିନ୍ତା ଦୂର କରିଛି । ଓଡ଼ିଶା ପାଇଁ ସେ ଯେଉଁ ବିକାଶର ନକ୍ସା ଆଙ୍କିଥିଲେ, ତାକୁ ତାଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ସମୟର ନୂଆ ଆହ୍ୱାନ ଓ ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛନ୍ତି ।

Related posts

ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ

mahabharatanews

30 ଜିଲ୍ଲା ରେ 1 ଲକ୍ଷ 55 ହଜାର 707କିଲୋମୋଟର ଭୌଗଳିକ କ୍ଷେତ୍ରଫଳ ଜଙ୍ଗଲ

mahabharatanews

ରଥ ନିର୍ମାଣ କାର୍ଯ୍ୟରେ ବର୍ଷା ଯୋଗୁଁ କିଛି ପ୍ରଭାବ ପଡିବ ନାହଁ : ସେବାୟତ

mahabharatanews