ଓଡିଶା

 ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା;  ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ  ନିର୍ଦ୍ଦେଶ

(ଭୁବନେଶ୍ୱର) : ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଉଦବେଗ ଦେଖିବାକୁ ମିଳିଛି । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଆହରି ମଧ୍ୟରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି।

ସୂଚନାନୁଯାୟୀ , ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି। ଆଜି ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାବେଳେ ଏଭଳି ତଥ୍ୟ ପୁଲିସ ପାଇଛି। ସେ କହିଥିଲେ ଯେ, ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍‌ର ମୁଖ୍ୟ କାର୍ପୋଟଦାର। ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି, ସେମାନେ ବାର୍‌କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି।

Related posts

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

mahabharatanews

ଆଜିଠାରୁ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews