ଓଡିଶା

 ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା;  ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ  ନିର୍ଦ୍ଦେଶ

(ଭୁବନେଶ୍ୱର) : ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଉଦବେଗ ଦେଖିବାକୁ ମିଳିଛି । ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଆହରି ମଧ୍ୟରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି।

ସୂଚନାନୁଯାୟୀ , ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି। ଆଜି ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାବେଳେ ଏଭଳି ତଥ୍ୟ ପୁଲିସ ପାଇଛି। ସେ କହିଥିଲେ ଯେ, ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍‌ର ମୁଖ୍ୟ କାର୍ପୋଟଦାର। ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି, ସେମାନେ ବାର୍‌କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି।

Related posts

ସ୍ୱାଧୀନତା ଦିବସ ଲାଗି ପ୍ରସ୍ତୁତି ବୈଠକ

mahabharatanews

ଭୁବନେଶ୍ୱରରେ ଶବରୀ ସାଂସ୍କୃତିକ ପରିଷଦର “ଶବରୀ ଭବନ” ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews

ସମ୍ବଲପୁରୀ ଶାଢୀକୁ ବିଦ୍ୟାଙ୍କ ପ୍ରଶଂସା

mahabharatanews