ଅପରାଧ

ଏସଟିଏଫ୍ ହାତରେ ବାଘ ଛାଲ ବେପାରୀ

ଭୁବନେଶ୍ୱର: ରାଜଧାନୀରେ ବାଘ ଛାଲ ପାଇଁ ମୂଲଚାଲ ଚାଲିଥିବା ବେଳେ ପୁଲିସ ହାତରେ ଅଭିଯୁକ୍ତ । ଏକ କଲରାପତରିଆ ବାଘ ଛାଲ ବିକ୍ରି ଅଭିଯୋଗରେ ବରମୁଣ୍ଡା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନାମକ ବ୍ୟକ୍ତିକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିବା ସହ ତାର ବାଇକ ଡିକିରୁ ଛାଲ ଜବତ କରିଛି । ଅଭିଯୁକ୍ତରର ଘର ମୟୂରଭଞ୍ଜରେ ହୋଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ରାଜଧାନୀସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଡ୍ରାଇଭର କାମ କରୁଥିବା ଏସଟିଏଫ୍ ସୂଚନା ଦେଇଛି ।
ବାଘଛାଲ ଜବତ ପରେ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଛି। ଏହି ବାଘଛାଲ କେଉଁଠୁ ଆସିଲା, କିଏ ଆଣିଲା, ଆଉ କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ସେନେଇ ଏସ୍‌ଟିଏଫ୍‌ ତଦନ୍ତ କରୁଛି । ଜବତ ହୋଇଥିବା ବାଘଛାଲକୁ ରସାୟନିକ ପରୀକ୍ଷା ପାଇଁ ଡେରାଡୁନ୍‌ରେ ଥିବା ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ। ଧରାପଡ଼ିଥିବା ଅଭିଯୁକ୍ତ ଜଣକ ବେପାରୀ ନା ଶିକାରୀ ନା ଜଣେ ଏଜେଣ୍ଟ ସେ ନେଇ ତଦନ୍ତ ଚାଲିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଅଧିକ ସୂଚନା ଦିଆଯିବ ବୋଲି ଜାଣିବାକୁ ମିଳିଛି।

By S Ray

 

Related posts

ବାଲ୍ୟ ବିବାହ ଓ କମ୍ ବୟସରେ ଗର୍ଭଧାରଣ ବିରୋଧରେ ପ୍ରଶାସନର କଡ଼ା ପଦକ୍ଷେପ

mahabharatanews

ସୁନା ପାଇଁ ଘରମାଲିକଙ୍କୁ ହତ୍ୟା କଲା ଭଡାଟିଆ

mahabharatanews

ଆସେ ବାହା ହେବା ! ତାପରେ ଦୁଷ୍କର୍ମ

mahabharatanews