ଭାରତ

ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ

(ଦିଲ୍ଲୀ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାତି । ଗତ କିଛି ସପ୍ତାହ ଧରି ଭାରତର ଉତ୍ତର ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାରା ଉପର ମୁହାଁ ହୋଇଛି।

ଉତ୍ତାପ-ଦ୍ୱୀପ ପ୍ରଭାବ ଅର୍ଥାତ ହିଟ୍‌ ଆଇଲାଣ୍ଡ ଇଫେକ୍ଟ ପ୍ରଭାବରେ ଏଭଳି ହେଉଛି। ଦେଶରେ ଯେତେ ଗରମ ପବନ ଜାରି ରହିଛି ରାଜଧାନୀ ଦିଲ୍ଲୀରେ ସେତେ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି। ଏଠାରେ ସର୍ବାଧିକ ଅଧିକ ତାପମାତ୍ରା ଓ ସବୁଠାରୁ କମ୍‌ ତାପମାତ୍ରା ମାତ୍ର ୧୦ କିଲୋମିଟର ଦୂରରତା ଭିତରେ ଦେଖାଯାଉଛି।

ସୂଚନାନୁଯାୟୀ , ଯମୁନା ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଶନିବାର ତାପମାତ୍ରା ୪୬.୪ ଡିଗ୍ରି ସେଲ୍ସିୟସ ରେକର୍ଡ କରାଯାଇଥିଲା। ଯେତେବେଳେ କି ରାଜଧାନୀରେ ଏହି ଦିନ ସବୁଠାରୁ ଅଧିକ ତାପମାତ୍ରା ରହିଥିଲା। ମୟୁର ବିହାର ସେଠାରେ ତାପମାତ୍ରା ୪୨.୮ ଡିଗ୍ରି ରେକର୍ଡ କରାଯାଇଛି।

Related posts

ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର

mahabharatanews

ନଭେମ୍ବର ୧୯ରୁ ପ୍ରଗତି ମୈଦାନରେ ଝଲସିବ ଓଡିଶାର କୁଟୀର ଶିଳ୍ପ

mahabharatanews

କେଜ୍ରିୱାଲଙ୍କୁ ନାହିଁ ଆରାମ 

mahabharatanews