(ଭୁବନେଶ୍ୱର) : କାର୍ତ୍ତିକ ମାସରେ ବି ପିଆଜ କିଲୋ ମହଙ୍ଗା । ପିଆଜ ଦରରେ ନିଆଁ ଲାଗିବା ପରେ ଖାଉଟିଙ୍କ ପକେଟ୍ ଉପରେ ବୋଝ ବଢିବାରେ ଲାଗିଛି । ଏହି ସମୟରେ ଏହାକୁ ନେଇ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ବଜାରରେ ୮୦ ଟଙ୍କାରେ ମିଳୁଥିବା ପିଆଜକୁ ୨୦ ଟଙ୍କାରେ ବିକ୍ରି କରୁଛି ଛାତ୍ର କଂଗ୍ରେସ । ପିଆଜ ଦର ବୃଦ୍ଧିକୁ ବିରୋଧ କରି ଏପରି ଅଭିନବ ପ୍ରତିବାଦ କରିଛି ରାଜ୍ୟ ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରା ଯାଇଛି । ପିଆଜ ଦର ନିୟନ୍ତ୍ରଣ ଏବଂ କଳାବଜାରୀ ରୋକିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ଦଳ ।
ସୂଚନାନୁଯାୟୀ , ଏହି ପିଆଜ କିଣିବାକୁ ମଧ୍ୟ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପିଆଜ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରା ଯାଇଛି । ପିଆଜ ଦର ନିୟନ୍ତ୍ରଣ ଏବଂ କଳାବଜାରୀ ରୋକିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ଦଳ । ଭୁବନେଶ୍ୱରର ପ୍ରଶାନ୍ତି ବିହାର ଚିରଗାଲଟୋଲା ବସ୍ତିରେ ପିଆଜ ବଣ୍ଟନ କରାଯାଉଛି । ପ୍ରତି ଲୋକଙ୍କୁ ୨କେଜି ହିସାବରେ ପିଆଜ ଦିଆଯାଉଛି । ରାଜ୍ୟ ସରକାର ପିଆଜ ପାଇଁ କାହିଁକି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ? ରାଜ୍ୟ ସରକାର କାହିଁକି ରାଜ୍ୟରେ ଶୀତଳ ଭଣ୍ଡାର କରୁନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।