ଗଞ୍ଜାମ : ସୁନ୍ଦରୀ ଝିଅଙ୍କୁ ଦେଖି ନିଜକୁ ସମ୍ଭାଳି ପାରୁ ନହାନ୍ତି ଡାକ୍ତର । ମନ ତାଙ୍କର ଘୋଡା ଭଳି ଦଉଡୁଛି । କିଛି ସମୟ ପାଇଁ ହିତାହିତ ଜ୍ଞାନ ହରାଉଛନ୍ତି ଆଉ ପାଖରେ ଥିବା ସୁନ୍ଦରୀ ଡାକ୍ତରାଣୀଙ୍କୁ କାମୁଡି ଦେଉଛନ୍ତି ଏହି ଘଟଣା ଆମର ଗଞ୍ଜାମ ଜିଲ୍ଲା ଘଟଣା ହେଉଛି, ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ନିକଟରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଯାହାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ଜଣେ ହାଉସ୍ ସର୍ଜନ ଡାକ୍ତରଙ୍କୁ ଏଭଳି କାମୁଡା ରୋଗ ଘାରିଥିବା ଅଭିଯୋଗ ହୋଇଛି । ସେ ଏଠାରେ ପାଠ ପଢୁଥିବା ଚତୁର୍ଥ ବର୍ଷର ଏମବିବିଏସ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି । ସୁବିଧା ଉଣ୍ଡି ଛାତ୍ରୀଙ୍କ ଗାଲ ଆଉ ହାତକୁ କାମୁଡି ପକାଉଛନ୍ତି । ଯାହାକୁ ନେଇ ପୀଡିତା ବୈଦନାଥପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏମିତିକି ଡାକ୍ତରବାବୁ ତାଙ୍କୁ କାମୁଡା କାମୁଡି କରିବା ପରେ, ଏବେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ବୈଦନାଥପୁର ଥାନାରେ ଏମବିବିଏସ ଛାତ୍ରୀଙ୍କ ଏତଲା ପରେ ଗିରଫ ହୋଇଛନ୍ତି ଡାକ୍ତର । ଏ କାମୁଡା ବାବୁ ଜଣକ ହେଉଛନ୍ତି ଡାକ୍ତର ଡକ୍ଟର ସୁପନ କୁମାର ପାଢୀ । ଅବଶ୍ୟ ଡାକ୍ତର ବାବୁ ଏବେ ପୁଲିସ ହେବାଜତରେ ରହିଥିବା ଏସପି ଡକ୍ଟର ଶ୍ରାବଣା ବିବେକ ସୂଚନା ଦେଇଛନ୍ତି ।