ଭୁବନେଶ୍ୱର: ଓଡ଼ିଶା ଏକ ବିପର୍ଯ୍ୟୟପ୍ରବଣ ରାଜ୍ୟ ଭାବେ ଗଣା ଯାଉଛି । ଭୌଗଳିକ ଦୃଷ୍ଟିକୋଣରୁ ପ୍ରତିବର୍ଷ ଓଡ଼ିଶା ବାତ୍ୟା, ବନ୍ୟ, ମହାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ନା କରିବାକୁ ପଡୁଛି । କିନ୍ତୁ ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ବିକାଶଶୀଳ ରାଜ୍ୟମାନଙ୍କ ଠୁ ଆଗରେ ରହୁଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ସୁଦୃଢ କରିବା ପାଇଁ ନିକଟରେ ରାଜ୍ୟ ସରକାର କ୍ୟାବିନେଟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବପର୍ଯ୍ୟୟ ପରିଚାଳନା ଉପରେ ଶିକ୍ଷାଦାନ କରିବାକୁ ଅନୁମତି ପ୍ରଦାନ କରିଥିଲେ । କ୍ୟାବିନେଟର ଏହି ନିଷ୍ପତ୍ତି କ୍ରମେ ଉଚ୍ଚ ଶିକ୍ଷା ପାଠ୍ୟକ୍ରମରେ ସାମିଲ ହୋଇଛି ବିପର୍ଯ୍ୟୟ ପରିଚାଳନା ବିଷୟ । ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ଶିକ୍ଷା କାଉଁନସିଲ ‘ପରିବେଶ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା’ ଉପରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବାକୁ କୁହାଯାଇଛି । ଯୁକ୍ତ ତିନି ପ୍ରଥମ ବର୍ଷର କଳା, ବିଜ୍ଞାନ, ବାଣିଜ୍ୟ ତିନିଟି ବିଭାଗର ପାଠ୍ୟକ୍ରମରେ ବାଧ୍ୟତାମୂଳକ ଭାବେ ଏହି ବିଷୟ ସାମିଲ କରିବାକୁ କୁହାଯାଇଛି । ଏହାଦ୍ୱାରା ଆଗାମୀ ଦିନରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ସଦୃଢ ହୋଇପାରିବ ବୋଲି ଆଶା କରାଯାଉଛି ।
previous post
next post