ଓଡିଶାଶିକ୍ଷା

ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ

ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ । ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ । ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବୋର୍ଡ ତରଫରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ପରୀକ୍ଷା ମଝିରେ ଗୋଟିଏ ଦିନ ଗ୍ୟାପ୍ ଦିଆଯାଇଛି । ୩୧୩ ନୋଡାଲ ସେଣ୍ଟର, ୩ ହଜାରରୁ ଉର୍ଦ୍ଧ୍ଵ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ପରି ପ୍ରଶ୍ନପତ୍ରରେ କ୍ୟୁଆର କୋଡ୍ ଓ ୱାଟର ମାର୍କ ରହିବ ବୋଲି ବୋର୍ଡ ସଭାପତି କହିଛନ୍ତି ।

Odisha Matric result will be declared today at 10 AM - India Education | Latest Education News | Global Educational News | Recent Educational News

ମାଟ୍ରିକ୍ ପରୀକ୍ଷା ସୂଚୀ:-

ଫେବୃଆରୀ ୧୯- ମାତୃଭାଷା (ଓଡ଼ିଆ/ହିନ୍ଦୀ)

ଫେବୃଆରୀ ୨୦- ସଂସ୍କୃତ ବ୍ୟାକରଣ ଓ ଦର୍ଶନ

ଫେବୃଆରୀ ୨୧- ଇଂରାଜୀ

ଫେବୃଆରୀ ୨୩- ସଂସ୍କୃତ ସାହିତ୍ୟମ୍

ଫେବୃଆରୀ ୨୪- ପ୍ରୟୋଗାତ୍ମକ ସଂସ୍କୃତ

ଫେବୃଆରୀ ୨୫- ବିଜ୍ଞାନ

ଫେବୃଆରୀ ୨୭- ସାମାଜିକ ବିଜ୍ଞାନ

ମାର୍ଚ୍ଚ ୨- ଗଣିତ ପରୀକ୍ଷା

Related posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ 

mahabharatanews

ଓରମାସ ଚାଷୀଙ୍କ ପନିପରିବା, ଫଳ ବିକ୍ରିକୁ ପ୍ରୋତ୍ସାହନ ଦେବ

mahabharatanews

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

mahabharatanews