(ମୁମ୍ବାଇ) : ଟେଲିଭିଜନ ଅଭିନେତା ତଥା ମରାଠୀ ଚଳଚ୍ଚିତ୍ର ଅଭିନେତା ଶିବ ଠାକରେ ଏବଂ ବିଗ୍ ବସ ଫେମ୍ ଅବ୍ଦୁ ରୋଜିକଙ୍କୁ ଇଡି ସମନ ଜାରି । ଶିବ ଠାକରେ ଇଡି ସମ୍ମୁଖରେ ହାଜର ହୋଇଥିବା ନେଇ ସୂଚନା ରହିଛି । ହେଲେ ଅବ୍ଦୁ ରୋଜିକ୍ ଏପର୍ଯ୍ୟନ୍ତ ଇଡି ହାଜନ ହୋଇ ନାହାଁନ୍ତି ।
ସୂଚନାନୁଯାୟୀ , ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିନେତା ଶିବ ଠାକରେଙ୍କୁ ଡ୍ରଗ୍ ମାଫିଆ ଅଲି ଅସଗର ଶିରାଜୀଙ୍କ ସହ ଜଡିତ ଟଙ୍କା ହେରଫେର ମାମଲାରେ ପଚରାଉଚରା କରିଛି । ଏହି ଘଟଣାରେ ସାକ୍ଷୀ ଭାବରେ ଶିବଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ଶିବ ଠାକରେଙ୍କ ବ୍ୟତୀତ ଇଡି ତାଙ୍କ ବିଗ୍ ବସ୍ ୧୬ସହ-ପ୍ରତିଯୋଗୀ ଅବ୍ଦୁ ରୋଜିଙ୍କୁ ଏହି ମାମଲାରେ ହାଜର ହେବାକୁ ସମନ ଜାରି କରିଛି । ଠାକରେ ଚା ଏବଂ ସ୍ନାକ୍ସ’ ପାଇଁ କ୍ରୁନାଲ ତାଙ୍କୁ ଏକ ଭାଗିଦାରୀ ଚୁକ୍ତି ପ୍ରଦାନ କରିଥିଲେ । ଚୁକ୍ତିନାମା ଅନୁଯାୟୀ, ହଷ୍ଟଲର୍ସ ଆତିଥ୍ୟତା ଠାକରେ ଚା ଏବଂ ସ୍ନାକ୍ସରେ ବିପୁଳ ପରିମାଣର ବିନିଯୋଗ କରିଥିଲେ । ହେଲେ ସେ ଶିରାଜୀଙ୍କୁ କେବେ ଭେଟି ନାହାଁନ୍ତି ବୋଲି କହିଛନ୍ତି ।