ମନୋରଞ୍ଜନ

ଶିବ ଠାକରେ ଏବଂ ଅବ୍ଦୁ ରୋଜିକଙ୍କୁ ସମନ ଜାରି

(ମୁମ୍ବାଇ) :  ଟେଲିଭିଜନ ଅଭିନେତା ତଥା ମରାଠୀ ଚଳଚ୍ଚିତ୍ର ଅଭିନେତା ଶିବ ଠାକରେ ଏବଂ ବିଗ୍ ବସ ଫେମ୍ ଅବ୍ଦୁ ରୋଜିକଙ୍କୁ ଇଡି ସମନ ଜାରି । ଶିବ ଠାକରେ ଇଡି ସମ୍ମୁଖରେ ହାଜର ହୋଇଥିବା ନେଇ ସୂଚନା ରହିଛି । ହେଲେ ଅବ୍ଦୁ ରୋଜିକ୍ ଏପର୍ଯ୍ୟନ୍ତ ଇଡି ହାଜନ ହୋଇ ନାହାଁନ୍ତି ।

ସୂଚନାନୁଯାୟୀ , ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଭିନେତା ଶିବ ଠାକରେଙ୍କୁ ଡ୍ରଗ୍ ମାଫିଆ ଅଲି ଅସଗର ଶିରାଜୀଙ୍କ ସହ ଜଡିତ ଟଙ୍କା ହେରଫେର ମାମଲାରେ ପଚରାଉଚରା କରିଛି । ଏହି ଘଟଣାରେ ସାକ୍ଷୀ ଭାବରେ ଶିବଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା। ଶିବ ଠାକରେଙ୍କ ବ୍ୟତୀତ ଇଡି ତାଙ୍କ ବିଗ୍ ବସ୍ ୧୬ସହ-ପ୍ରତିଯୋଗୀ ଅବ୍ଦୁ ରୋଜିଙ୍କୁ ଏହି ମାମଲାରେ ହାଜର ହେବାକୁ ସମନ ଜାରି କରିଛି । ଠାକରେ ଚା ଏବଂ ସ୍ନାକ୍ସ’ ପାଇଁ କ୍ରୁନାଲ ତାଙ୍କୁ ଏକ ଭାଗିଦାରୀ ଚୁକ୍ତି ପ୍ରଦାନ କରିଥିଲେ । ଚୁକ୍ତିନାମା ଅନୁଯାୟୀ, ହଷ୍ଟଲର୍ସ ଆତିଥ୍ୟତା ଠାକରେ ଚା ଏବଂ ସ୍ନାକ୍ସରେ ବିପୁଳ ପରିମାଣର ବିନିଯୋଗ କରିଥିଲେ । ହେଲେ ସେ ଶିରାଜୀଙ୍କୁ କେବେ ଭେଟି ନାହାଁନ୍ତି ବୋଲି କହିଛନ୍ତି ।

Related posts

ଅଭିନେତା ପ୍ରକାଶ ରାଜ୍‌ଙ୍କୁ ଇଡି ସମନ 

mahabharatanews

ଟୁଟୁ ନାୟକଙ୍କୁ ମିଳିଲା ଜାମିନ

mahabharatanews

 ଦ୍ବିତୀୟ ଅତିଥି ଅପେକ୍ଷାରେ ବିରାଟ ଓ ଅନୁଷ୍କା

mahabharatanews