(କାବୁଲ) ; ଆଫାଗାନରେ ଚାଲିଛି ତାଲିବାନର ଶାସନ । ତାଲିବାନର ଏହି ମନମୁଖି ଶାସନରେ ବଳି ପଡିଛନ୍ତି ନିରିହ ଲୋକେ । ଆଉ ଦିନକୁ ଦିନ ମହିଳା ମାନଙ୍କ ଉପରେ ମଧ୍ୟ ଅସହ୍ୟ ହେବାରେ ଲାଗିଛି ତାଲିବାନଙ୍କ ଅତ୍ୟାଚାର । ଏବେ ଏହି ତାଲିବାନ ଜାଲରେ ପଡିଛନ୍ତି ସାମ୍ବାଦିକମାନେ । ତାଙ୍କ ନୃଶଂସ କୋପରୁ ବର୍ତ୍ତିପାରି ନାହାନ୍ତି ଏହି ସାମ୍ବାଦିକମାନେ । ଦୁନିଆକୁ ସତ୍ୟତା ଦେଖାଇବା ସେମାନଙ୍କ ପାଇଁ ଦଣ୍ଡନୀୟ ଅପରାଧ ପାଲଟିଛି ।ତାଲିବାନ ଆଫଗାନିସ୍ତାନର ବ୍ୟାପାରରେ ପାକିସ୍ତାନୀ ହସ୍ତକ୍ଷେପ ବିରୋଧରେ କାବୁଲରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ କରୁଥିବା ସାମ୍ବାଦିକମାନଙ୍କ ଉପରେ ହଇଚଇ ସୃଷ୍ଟି କରିଛି । କାହିଁକି ନା ଅନେକ ସାମ୍ବାଦିକଙ୍କୁ ଗିରଫ କରିବା ବଦଳରେ ସେମାନଙ୍କୁ କଷ୍ଟକର ନିର୍ୟ୍ୟାତନା ଦେବା ସହ ସେମାନଙ୍କୁ ମାଡ ମଧ୍ୟ ମାରିଛି ।ତାଲିବାନମାନଙ୍କ ଦ୍ବାରା ମାଡ ମରାଯାଇଥିବା କିଛି ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ଆଶ୍ଚର୍ୟ୍ୟ କରିଛି ।
previous post