ନୂଆଦିଲ୍ଲୀ: ତାଲିବାନ ସେନା ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଅକ୍ତିଆର କରିବା ସହ ଅତାଙ୍କ ଖେଳାଇ ଚାଲିଛି । ଚଳାଇଛନ୍ତି ସଂହାର । ଏଥିରେ ଜଣେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ହରାଇଛନ୍ତି ଜୀବନ । ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟଙ୍କ ନାଁ ଦାନିଶ ସିଦ୍ଦିକି । ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସିଦ୍ଦିକି କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ଖବର ସଂଗ୍ରହ କରୁଥିବା ବେଳେ ତାଲିବାନୀ ସେନା ସେନା ତାଙ୍କ ହତ୍ୟା କରିଛି ।
ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକି ଭାରତର ଜଣେ ବେଶ ନାମକରା ସାମ୍ବାଦିକ। ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ମଧ୍ୟ ଦାନିଶ କଭରେଜ୍ କରିଥିଲେ। ଏପରିକି ଲଦ୍ଦାଖରେ ଭାରତ-ଚୀନ୍ ସଂଘର୍ଷ ସମୟର ସ୍ଥିତି କଭରେଜ୍ କରିଥିଲେ। ପୁଲିତଜର ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ସେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପାଇଁ କାମ କରୁଥିଲେ। ଆଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ଉପରେ କିଛି ଭିଡିଓ ଓ ଫଟୋ ମଧ୍ୟ ପେ।।ଷ୍ଟ କରୁଥିଲେ । ଏଥିନେଇ ତାଙ୍କୁ ସେନା ଆକ୍ରମଣ କରି ହତ୍ୟା କରିଛି । ସିଦ୍ଦିକିଙ୍କ ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।