ଅପରାଧ

କାନ୍ଦାହାରରେ ଭାରତୀୟ ଫଟୋ ଜର୍ଣ୍ଣାଲିଙ୍କୁ ହତ୍ୟା

ନୂଆଦିଲ୍ଲୀ: ତାଲିବାନ ସେନା ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଅକ୍ତିଆର କରିବା ସହ ଅତାଙ୍କ ଖେଳାଇ ଚାଲିଛି । ଚଳାଇଛନ୍ତି ସଂହାର । ଏଥିରେ ଜଣେ ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ହରାଇଛନ୍ତି ଜୀବନ । ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟଙ୍କ ନାଁ ଦାନିଶ ସିଦ୍ଦିକି । ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସିଦ୍ଦିକି କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ଖବର ସଂଗ୍ରହ କରୁଥିବା ବେଳେ ତାଲିବାନୀ ସେନା ସେନା ତାଙ୍କ ହତ୍ୟା କରିଛି ।
ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକି ଭାରତର ଜଣେ ବେଶ ନାମକରା ସାମ୍ବାଦିକ। ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ମଧ୍ୟ ଦାନିଶ କଭରେଜ୍ କରିଥିଲେ। ଏପରିକି ଲଦ୍ଦାଖରେ ଭାରତ-ଚୀନ୍ ସଂଘର୍ଷ ସମୟର ସ୍ଥିତି କଭରେଜ୍ କରିଥିଲେ। ପୁଲିତଜର ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ସେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପାଇଁ କାମ କରୁଥିଲେ। ଆଫଗାନିସ୍ତାନରେ ସାମ୍ପ୍ରତିକ ସ୍ଥିତି ଉପରେ କିଛି ଭିଡିଓ ଓ ଫଟୋ ମଧ୍ୟ ପେ।।ଷ୍ଟ କରୁଥିଲେ । ଏଥିନେଇ ତାଙ୍କୁ ସେନା ଆକ୍ରମଣ କରି ହତ୍ୟା କରିଛି । ସିଦ୍ଦିକିଙ୍କ ହତ୍ୟାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

 

Related posts

ଜେଲରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା

mahabharatanews

 ସାହୁକାର ଶୋଷଣର ଶିକାର ହୋଇ ନିଜ କିଡ୍‌ନି ବିକିଲେ ଯୁବକ

mahabharatanews

ବିଦ୍ୟାଙ୍କ ଅବହେଳାରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି

mahabharatanews