ଅପରାଧ

ଜେଲରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା

ଭୁବନେଶ୍ୱର: ଜେଲରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା । ଝାରପଡ଼ା ଜେଲ୍ରେ ବନ୍ଦୀ ଥିôବା ଦୁବାସିକୁ ଜେରା କଲା ଏନ୍ଆଇଏ ଟିମ୍ । ମାଓନେତା ଦୁବାସିଙ୍କୁ ଏନ୍ଆଇଏର ୨ ସଦସ୍ୟ କରୁଛନ୍ତି ଜେରା ।
ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ଦୁବାସିର ସଂପୃକ୍ତି ରହିଛି।୨୦୧୨ରେ ତାଙ୍କ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ମାଲକାନଗିରିର ଚିତ୍ରକୋଣ୍ଡାରେ ହୋଇଥିବା ବିସ୍ଫୋରଣରେ ବିଏସ୍ଏଫ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଦୁବାସିକୁ ଜେରା କରୁଛି ଏନ୍ଆଇଏ ଟିମ୍ । ଦୁବାସିଙ୍କୁ ଜେରା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଏନ୍ଆଇଏ୍ ସ୍ୱତନ୍ତ୍ର କୋର୍ଟ । ଶେଷରେ ସେପ୍ଟେମ୍ବର ୯ତାରିଖରେ କୋରାପୁଟ ବୈପାରୀଗୁଡା ପୋଲିସ ହାତରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କର

 

Related posts

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

mahabharatanews

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

mahabharatanews