ଓଡିଶା

ବିନା ଭକ୍ତରେ ପାଳିତ ହେଲା ଚୈତ୍ର ମଙ୍ଗଳବାର

(ଶୁଭସ୍ମିତା ଦାଶ): ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଶକ୍ତି ପୀଠ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ମନ୍ଦିରରେ ଚୈତ୍ର ମଙ୍ଗଳବାର ଚତୁର୍ଥ ପାଳି ଯାତ୍ରା ଅବସରରେ ଜନଶୂନ୍ୟ ହୋଇପଡିଛି। ମା’ ତାରାତାରିଣୀ ଦୁଇ ଭଉଣୀ ମା’ ଶୀତଳାଙ୍କ ବେଶରେ ସଜ୍ଜିତ ହୋଇଛନ୍ତି। ମାତ୍ର କରୋନାକୁ ନେଇ ପ୍ରଶାସନର କଟକଣା ଯୋଗୁ କେହି ଭକ୍ତ ମା’ଙ୍କ ଦର୍ଶନ ଲାଗି ଆସି ନ ଥିବା ଜଣାପଡ଼ିଛି। ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ. ରେଡିଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣା ଓ ଅନ୍ୟ ସେବାୟତ ରାତ୍ର ସାଢ଼େ ୩ଟାରୁ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି। କରୋନାକୁ ବିଶ୍ବରୁ ସମ୍ପୂର୍ଣ୍ଣ ଦୂରକରି ବିଶ୍ୱବାସୀଙ୍କୁ ରକ୍ଷା କରିବା ଲାଗି ମା’ଙ୍କ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ପବିତ୍ର ଋଷିକୁଲ୍ୟା ନଦୀରୁ ୧୦୮ ମାଠିଆ ଜଳ ଆଣି ମା’ ତାରାତାରିଣୀଙ୍କୁ ହରିଦ୍ରା ସ୍ନାନ କରାଇବା ସହ ଶୋଡ଼ଶ ଉପଚାରକରି ଦୁଇ ଭଉଣୀଙ୍କୁ ମା’ ଶୀତଳା ବେଶରେ ସଜ୍ଜିତ କରାଯାଇଛି। ସକାଳ ୬ଟା ୪୫ମି. ରେ ସାହାଣମେଲା ହୋଇଥିଲା। ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିଥିବା ବେଳେ ଅତିରିକ୍ତ ତହସିଲଦାର ଜନ୍ମେଞ୍ଜୟ ସାହୁୁ, ଶୋଭନ କୁୁମାର ବେହେରା, ଏସ୍‌ଡିପିଓ ସୀମା ସ୍ବାଇଁ, ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସହ ପୋଲିସ ଫୋର୍ସ ମୁତୟନ ରହି ଚତୁର୍ଦିଗକୁ ଜଗିରହିଛନ୍ତି।

Related posts

ପାରିବାରିକ କଳହରୁ ହିଂସା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

mahabharatanews

ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ

mahabharatanews

ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews