ଭୁବନେଶ୍ୱର : ଡଟ୍ ଫେଷ୍ଟ ସଂଧ୍ୟାରେ ଶିବମ୍ ମହାଦେବ ଏବଂ ସିଦ୍ଧାର୍ଥ ମହାଦେବନଙ୍କ ଉଚ୍ଚାଙ୍ଗ କଣ୍ଠ ସଂଗୀତ ସାଙ୍ଗକୁ ଦର୍ଶକଙ୍କ ଝୁମିବା ସାଙ୍ଗରେ ଝୁମିଥିଲେ ସହରର ସ୍ୱତନ୍ତ୍ର ବର୍ଗ । ସମସ୍ତଙ୍କୁ ଆନନ୍ଦ ଉଲ୍ଲାସର ଆବଶ୍ୟକତା ରହିଛି । ସବୁ ବର୍ଗଙ୍କ ପାଇଁ ଡଟ୍ ଫେଷ୍ଟ ହୋଇଛି ଏବଂ ସମସ୍ତେ ସରକାରଙ୍କର ଏହି ଆୟୋଜନର ମଜ୍ଜା ନେବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।
ସୋମବାର ରାତିର ମଜ୍ଜା ଉଠାଇଛନ୍ତି ବିଭିନ୍ନ ସହରାଂଚଳ ଆଶ୍ରୟସ୍ଥଳୀର ଅନ୍ତେବାସୀ, ଭିକାରୀ ଥାଇଥାନ କେନ୍ଦ୍ରରେ ଥିବା ହିତାଧିକାରୀ ଏବଂ ସହର କିନ୍ନର ବର୍ଗ ବୋଲି କହିଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ । ଗତ ୧୫ ତାରିଖରୁ ଡଟ୍ ଫେଷ୍ଟ ଆରମ୍ଭ ହୋଇଥିବା ବେଳେ ଭାରତବର୍ଷର ପ୍ରଖ୍ୟାତ କଣ୍ଠ ସଂଗୀତ, ଯନ୍ତ୍ର ସଂଗୀତ ଏବଂ ହାସ୍ୟରସାତ୍ମକ ତାରକାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ଏଥିରେ ନାଗରିକମାନେ କିପରି ମଜ୍ଜା ନେଇପାରିବେ, ତାର ବ୍ୟବସ୍ଥା ମଧ୍ୟ ହୋଇଛି । ତେଣୁ ସହରର ଭିବନ୍ନ ସ୍ଥାନରେ ରହୁଥିବା ଭିକାରୀ ଆଶ୍ରୟସ୍ଥଳ ଅନ୍ତେବାସୀ ଇତ୍ୟାଦି କିପରି ଏହି ଭଳି ଆୟୋଜନକୁ ଉପଭୋଗ କରିପାରିବେ ସେଥିପାଇଁ ମେୟର ସୁଲୋଚନା ଦାସ, ଓଡିଶା ସରକାର ବିଭାଗୀୟ କତ୍ତୃରପକ୍ଷଙ୍କ ନିର୍ଦେଶରେ ଏହି ଆୟୋଜନ କରାଯାଇଛି ।