ଓଡିଶା

ଆଜିଠୁ ଆରମ୍ଭ ଭିତର ଚନ୍ଦନ ଯାତ୍ରା

(ପୁରୀ) : ସରିଲା ମହାପ୍ରଭୁଙ୍କ ବାହାର ଚାପ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଆଜିଠାରୁ ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଅପରାହ୍ଣରେ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଦିଅଁ ବିଜେ ହୋଇଥିଲେ। ଦେବଦେବୀ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ଜଳ ଲାଗି କରିଥିଲେ। ପରେ ଦିଅଁ ଚାପକୁ ବିଜେ ହୋଇଥିଲେ। ଚାପରେ ମୁଦିରସ୍ତ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ପ୍ରସାଦ ଲାଗି କରିଥିଲେ। ଏହାପରେ ଦିନଚାପ ଆରମ୍ଭ ହୋଇଥିଲା।

ସୂଚନାନୁଯାୟୀ, ଚାପ ନୀତି ସରିବା ପରେ ନନ୍ଦା ଓ ଭଦ୍ରା ଚାପକୁ ଏକାଠିକୁ ଯୋଡ଼ି କରି ରଖାଯାଇଥିଲା। ରାମକୃଷ୍ଣ ମଦନମୋହନଙ୍କ ଚାପକୁ ବିଜେ ହୋଇଥିଲେ। ମୁଦିରସ୍ତ ସେବକ ହଳଦୀ ପାଣି ପିଚ୍‌‌କାରୀ ମାରି ଦିଅଁଙ୍କ ଶ୍ରୀପୟର ଧୋଇଥିଲେ। ଭିତରଚ୍ଛ ବନ୍ଦାପନା କରିସାରିବା ପରେ ମୁଦିରସ୍ତ ସେବକ ଚାମର ଆଲଟ କରି ରାଜନୀତି ସମ୍ପନ୍ନ କରିଥିଲେ। ଏହାପରେ ଦିଅଁ ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ। ସେଠାରେ ମଇଲମ ହୋଇ ସାଦା ବେଶ ହେବା ପରେ ଶୀତଳ ଭୋଗ ବଢ଼଼ିଥିଲା। ପରେ ପରେ ଝୁଲଣ କୁଞ୍ଜ ଲାଗି ହୋଇ ଠାକୁରଙ୍କ ବେଶ ହୋଇଥିଲା। ପରେ ଦିଅଁ ମାଣ୍ଡୁଅ ଭୋଗ ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

 

Related posts

ଭିଜିଲାନ୍ସ ଜାଲରେ ସେସୁର କନିଷ୍ଠ ଯନ୍ତ୍ରୀ

mahabharatanews

କଟକ ଓ କେନ୍ଦ୍ରାପଡାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ

mahabharatanews

ବସକୁ ଧକ୍କା ଦେଲା ଟ୍ରକ୍, ୨ ଗୁରୁତର ୫ ଆହତ

mahabharatanews