ଓଡିଶା

ଗାଡ଼ି ସାମ୍ନାକୁ ଚାଲି ଆସିଲା ୪ବର୍ଷା ଶିଶୁ ଆଉ ତାପରେ…

(ନୂଆପଡ଼ା): ଖେଳୁ ଖେଳୁ ବାରୁଦ ବୋଝେଇ ଗାଡ଼ି ସାମ୍ନାକୁ ଚାଲିଆସିଲା ୪ବର୍ଷର ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଳା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା କଲେଜ ଛକ ପଡ଼ାରେ । ସୂଚନା ଅନୁଯାୟୀ ଆଜି ଶିଶୁଟି ରାସ୍ତା କଡ଼ରେ ଖେଳୁଥିବା ସମୟରେ ଦୃତ ଗତିରେ ଆସୁଥିବା ଏକ ବାରୁଦ ବୋଝେଇ ଗାଡ଼ି ଶିଶୁକୁ ଧକ୍କା ଦେଇଥିଲା । ଏନେଇ ଗୁରୁତର ଅବସ୍ଥାରେ ପରିବାର ଲୋକେ ଛୁଆଟିକୁ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଗାଡ଼ି ଡ୍ରାଭରକୁ ପୋଲିସ ଗିରଫ କରିବା ସହ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ, ରାସ୍ତାରେ ବ୍ରେକ୍ ନିର୍ମାଣ, ପରିବାରକୁ ଘର ଯୋଗାଣ ଦାବିରେ ଖଡ଼ିଆଳ ଭବାନୀପାଟଣା ରାଜ୍ୟ ରାଜପଥ ୧୬ର ତୁକଲା କଲେଜ ଛକ ଠାରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ତେବେ ଖଡ଼ିଆଳ ଆଇଆଇସି ଗ୍ରାମବାସୀଙ୍କ ସହ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି ।

Related posts

ଡଙ୍ଗା ବୁଡି ଘଟଣା: ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା 

mahabharatanews

ବଲାଙ୍ଗୀରରୁ ୨ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

mahabharatanews