ଓଡିଶା

ନୀତି ଆୟୋଗ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୀତି ଆୟୋଗ ବୈଠକରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁଷ୍ଠିତ ବୈଠକରେ ଓଡି଼ଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡି଼ଶାକୁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ତେଣୁ ଓଡି଼ଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ଦୁଇ ଦଶନ୍ଧି ଧରି କେନ୍ଦ୍ର ନିକଟରେ ଏହି ଦାବି ରଖାଯାଉଥିଲେ ସୁଦ୍ଧା କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଏହାକୁ ଅଣଦେଖା କରି ଆସୁଛନ୍ତି। ଅନୁଷ୍ଠିତ ବୈଠକରେ ପୁଣି ଥରେ ଦାବି ଦୋହରାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related posts

ଥାନାରେ ପଶି ପୁଲିସକୁ ଆକ୍ରମଣ

mahabharatanews

ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଶିମିଳିପାଳ ଜଗିବ ଏଆଇ କ୍ୟାମେରା

mahabharatanews