ଓଡିଶା

ନଈରୀରେ ଅନୁଷ୍ଠିତ ହେଉଛି ୮ମ ଶ୍ରୀଜଗନ୍ନାଥ ମହୋତ୍ସବ…

ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅଧିନସ୍ଥ ନଈରୀ ଗାଁ ନିକଟରେ ଥିବା ଚିଲିକା ମଧ୍ୟରେ ରହିଛି କାଙ୍କଣ ଶିଖରୀ ର ଲୀଳା କ୍ଷେତ୍ର । ଏହି ଲୀଳା କ୍ଷେତ୍ରରେ ଅନୁଷ୍ଠିତ ହେଉଛି ୮ମ ଶ୍ରୀଜଗନ୍ନାଥ ମହୋତ୍ସବ । ୩ ଦିନ ଧରି ଅନୁଷ୍ଠିତ ହେଉଛି ଏହି ମହୋତ୍ସବ । ଲିମ୍ବ ଦାରୁରେ ନିର୍ମିତ ଚତ୍ତୁର୍ଦ୍ଧା ମୂର୍ତ୍ତି ଙ୍କର ୨୪ ଗୋଟି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । କେବଳ ଯେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି ତା’ନୁହେଁ ବରଂ ପ୍ରଭୁ ବଳଭଦ୍ର , ମା’ ସୁଭଦ୍ରା ଓ ଜଗନ୍ନାଥ ସ୍ୱାମୀ । ଶ୍ରୀକ୍ଷେତ୍ରରୁ ପ୍ରଭୁ ଶ୍ରୀଜଗନ୍ନାଥ ଓ ବାଣପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଙ୍କ ସହିତ ଚିଲିକା ଓ ବାଣପୁର ଅଞ୍ଚଳର ୩୧ ଗୋଟି ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଏହି ସ୍ଥାନରେ ବିଜେ କରିବା ପରେ ଆରମ୍ଭ ହୋଇଛି ମହୋତ୍ସବ । ଘଣ୍ଟ-ଘଣ୍ଟା , ମୃଦଙ୍ଗ ସାଙ୍ଗକୁ ହରିବୋଲ-ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଲୀଳାକ୍ଷେତ୍ର କାଙ୍କଣ ଶିଖରୀ । ଆଜକୁ ୮ମ ବର୍ଷରେ ପଦାର୍ପଣ କରିଛି ଏହି ଶ୍ରୀଜଗନ୍ନାଥ ମହୋତ୍ସବ । ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ଏଠାରେ ଦେଖିବା ପାଇଁ ମିଳିଛି ।

Related posts

ମେଣ୍ଡାମାଳ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

mahabharatanews

ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥ ଖଳା

mahabharatanews