ଓଡିଶା

କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ଼ / ଜଗନ୍ନାଥଧରୁଆ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅର୍ନ୍ତଗତ ଫଟାମୁଣ୍ଡା ଗ୍ରାମର ଗୋଟିଏ କୂଅଭିତରୁ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରିଛି ଲରମ୍ଭାପୁଲିସ । ମୃତ ଯୁବକ ଜଣକ ହେଲେ ଉକ୍ତଗ୍ରାମର ଉଜ୍ଜ୍ୱଳ ବରିହା ବୟସ୩୫ ବୋଲି ଜଣାପଡିଛି । ଗତ ୩/୪ ଦିନ ତଲେ ଯୁବକ ଜଣକ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ସେ ଆଉ ନିଜଘକୁ ଫେରିନଥିଲେ । ପରିବାର ଲୋକେ ଉଜ୍ଜ୍ୱଳଙ୍କୁ ଖୋଜାଖୋଜି କରିବା ପରେ ତାର କୌଣସି ପତା ପାଇନଥିବା ବେଲେ ଆଜି ସକାଳୁ ଗ୍ରାମର କିଛି ଯୁବକ ସେହି ରାସ୍ତା ଦେଇ ସୈ।ଚ କରିବାପାଇଁ ଯାଉଥିବା ସମୟରେ କୂଅଭିତରେ ଜଣେ ଯୁବକଙ୍କର ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଯୁବକ ମାନେ ଲରମ୍ଭା ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇବାପରେ ଘଟଣାସ୍ଥଳରେ ପହଞ୍ଚି କୂଅଭିତରୁ ଶବ କୁଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣଅସ୍ପଷ୍ଟ ଥିବା ବେଲେ ପୁଲିସ ଅଧିକ ତଦନ୍ତ ଚଲାଇଛି । କିନ୍ତୁ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି। ପୁଲିସ ଶବଟି କୁ ଜବତ କରି ଶବବ୍ୟାବଚ୍ଛେଦ ପାଇ ପଠାଇ ଦେଇଛି ।

Related posts

ନିଳାଚଳ ଇସ୍ପାତ ନିଗମର ଘରୋଇକରଣ ପ୍ରତିବାଦ ଆନ୍ଦୋଳନ

mahabharatanews

ପିକେଟିଂ କରି ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

mahabharatanews

ଲକ୍ଷ୍ମୀ ବସ୍ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

mahabharatanews