ଓଡିଶା

ୱେବ ଚ୍ୟାନେଲ ର ସାମ୍ବାଦିକଙ୍କୁ ନେଇ ଗଠନ ହେଲା ସଂଘ

ବଲାଙ୍ଗୀର/ ଜଗନ୍ନାଥ ଧରୁଆ:ବଲାଙ୍ଗୀର ଜିଲ୍ଲାର ସଇଁନ୍ତଲା ବ୍ଲକ ଅନ୍ତର୍ଗତ ନଦୀ କୂଳରେ ଥିବା ଶିବ ମନ୍ଦିର ପ୍ରଣାଙ୍ଗରେ ଜିଲ୍ଲାର ୧୪ ଟି ବ୍ଲକର ବିଭିନ୍ନ ୱେବ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ବନ୍ଧୁମାନେ ଏକତ୍ରିତ ହୋଇ ଏକ ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ .  ସଂଘକୁ ସୁଦୃଢ କରିବା ତଥା ଏହି ସଂଘକୁ ଆଗେଇ ନେବା ପାଇଁ ସମସ୍ତଙ୍କର ମତାମତରୁ ବଲାଙ୍ଗୀର ଜିଲ୍ଲାର ଫିରୋଜ କୁମାର ସାହୁଙ୍କୁ ସଭାପତି ଓ ପ୍ରମୋଦ କୁମାର ବେହେରାଙ୍କୁ ସମ୍ପାଦକ ଭାବେ ରଖାଗଲା .  ଆଗାମୀ ଦିନରେ ଏହି ସଂଘର ସମସ୍ତ ସାମ୍ବାଦିକଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା ଓ ସୁଯୋଗ ସମ୍ମାନ ପାଇବା ପାଇଁ ଦାବି କରିବେ .  ଏହି ୱେବ ଚ୍ୟାନେଲର ସାମ୍ବାଦିକ ମାନେ ଖରା, ବର୍ଷା, ଶୀତକୁ ଖାତିର ନ କରି କାମ କରୁଛନ୍ତି ହେଲେ ଚ୍ୟାନେଲ ତରଫରୁ କିମ୍ବା ସରକାରୀ ସ୍ତରରେ କୌଣସି ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଯୋଜନାରେ ମଧ୍ୟ ସାମିଲ ହୋଇ ପାରୁନାହାନ୍ତି .  କେତେକ ସ୍ଥାନରେ ୱେବ୍ ଚ୍ୟାନେଲ ର ପ୍ରତିନିଧି ମାନଙ୍କୁ ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ ହେଉଛି .  ଏ ସବୁ ମନୋଭାବନାକୁ ଦୂର କରିବା ପାଇଁ ସଂଘ ସଦାସର୍ବଦା ନିଜର ହକ ପାଇଁ ଲଢେଇ କରିବାକୁ ପଛେଇବ ନାହିଁ, ଆଗାମୀ ଦିନରେ ସଂଘ ସରକାରୀ ମାନ୍ୟତା ପାଇଲା ପରେ ସଂଘରେ ସାମିଲ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ, ୧ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଦିଆଯିବ ବୋଲି ସଭାପତି ଘୋଷଣା କରିଛନ୍ତି ।

 

Related posts

ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା 

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୮୫୪ ସଂକ୍ରମିତ ରାଜ୍ୟରୁ ଚିହ୍ନଟ

mahabharatanews

ଅମାନିଆଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା ଜରିମାନ।

mahabharatanews