ଅପରାଧଓଡିଶା

ଜମିଜମା ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡଭାଇ ମୃତ

ଯାଜପୁର \ବରୀ ( ପ୍ରଶାନ୍ତ ଦ୍ବିବେଦୀ) : ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ବାଲିବିଲ ପଞ୍ଚାୟତ ବାଲିବିଲ୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବନୋଜ କବି ଓ ତାଙ୍କ ସାନ ଭାଇ  ସନାତନ କବିଙ୍କ ମଧ୍ୟରେ ଜମିଜମା ଘଟଣାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିଆସିଥିଲା।ଆଜି ସକାଳେ ଉଭୟଙ୍କ ପରିବାର ମଧ୍ୟରେ ବଚସା ହେବା ପରେ ଉଭୟ ପରିବାରର ସଦସ୍ୟ ମାନେ ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ସନାତନ କବି ଓ ତାଙ୍କ ପରିବାର ପକ୍ଷରୁ ହୋଇଥିବା  ଆକ୍ରମଣରେ ବନୋଜ କବି ଗୁରୁତର ଆହତ ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ।ମାତ୍ର ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନାତନ କବିଙ୍କୁ ଥାନାରେ ଅଟକ ରଖିଛି।

Related posts

କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୁଲିସ ,୨ ଅଭିଯୁକ୍ତ ଗିରଫ

mahabharatanews

ମା’ ଚ୍ଛିନ୍ନମସ୍ତା ପୁରୁଣେଇଁ ଠାକୁରାଣୀଙ୍କ ମହୋତ୍ସବ

mahabharatanews