ଭାରତରାଜନୀତି

ବହୁମତ ସାବ୍ୟସ୍ତ ପାଇଁ ଉଦ୍ଦବ ଓ ଏକନାଥଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ କମିଶନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଆବଶ୍ୟକୀୟ ଦସ୍ତାବିଜ ଅଗଷ୍ଟ ୮ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଦଳର ସଂଗଠନ ଓ ଦଳରେ କେତେ ଜଣ ନିର୍ବାଚିତ ସଦସ୍ୟ ରହିଛନ୍ତି ସେନେଇ କମିଶନଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜୁନ ୩୦ ତାରିଖରେ ଶିବସେନାର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନେ୍ଧ ଦଳ ଭିତରେ ବିଦ୍ରୋହ କରିଥିଲେ। ୪୦ ଊର୍ଦ୍ଧ ବିଧାୟକଙ୍କୁ ନେଇ ପ୍ରଥମେ ସୁରଟ ଚାଲିଯାଇଥିଲେ। ପରେ ବିଧାୟକଙ୍କୁ ଧରି ଗୋଆକୁ ଚାଲିଯାଇଥିଲେ। କିଛି ଦିନର ରାଜନୈତିକ ହଟଚମଟ ପରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିସହିତ ଦେବେନ୍ଦ୍ର ଫଡନାବିଶ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ମହାରଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଏନସିପି, କଂଗ୍ରେସ ଓ ଶିବସେନା ମିଶି ମିଳିତ ଭାବେ ମହାବିକାଶ ଅଗାଡି ସରକାର ଗଠନ ହୋଇଥିଲା। ତେବେ ଶିବସେନାର ୧୯ ଏମପିଙ୍କ ମଧ୍ୟରୁ ୧୨ ଜଣ ଏକନାଥଙ୍କ କ୍ୟାମ୍ପରେ ରହିଥିବା ଜଣାପଡିଛି। ତେବେ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ଫ୍ଲୋର ଟେଷ୍ଟକୁ ରୋକିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। କୋର୍ଟ ଏହାକୁ ଖାରଜ କରିଦେଇ ଫ୍ଲୋର ଟେଷ୍ଟ ଲାଗି ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏକନାଥଙ୍କ ସପକ୍ଷରେ ୨୮୨ ଜଣ ନିର୍ବାଚିତ ସଦସ୍ୟ ରହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ ନିଜକୁ ପ୍ରକୃତ ଶିବସୈନିକ ବୋଲି ଦାବି କରିଆସୁଛନ୍ତି।

Related posts

ଦେଶରୁ ୨୪ ଘଣ୍ଟାରେ ୮୦୧ ସଂକ୍ରମିତ ଚିହ୍ନଟ

mahabharatanews

 ଅଜିତ ପାୱରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

mahabharatanews

ଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହ

mahabharatanews