ଓଡିଶା

ଲଢେଇ ହେତୁ ଆଖିବୁଜିଲା ୭ ମାସର ହାତୀ ଛୁଆ

(ମେରାମଣ୍ଡଳୀ) : ୪୦ ଟିକିଆ ହାତୀପଲଙ୍କ କରୁଣ ଦୃଶ୍ୟ । ଠେଲାପେଲା ଲଢେଇ ହେତୁ ଆଖିବୁଜିଛି ୭ମାସର ଅଣ୍ଡିରା ହାତୀ ଛୁଆ। ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସନ୍‌ ନଗରୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଧାନବିଲରୁ ଆଜି ହାତୀ ଛୁଆର ମୃତଦେହ ଠାବ ହୋଇଛି।

ସୂଚନାନୁଯାୟୀ, ସୋମବାର ଉକ୍ତ ହାତୀପଲ ତାଳଡଙ୍ଗା ଗାଁ ପାଖ ଧାନ ବିଲ ଦେଇ ଯାଉଥିବା ବେଳେ ହାତୀ-ହାତୀ ଭିତରେ ଲଢ଼େଇ ହୋଇଥିବା କୁହାଯାଉଛି। ଏହି ଲଢ଼େଇ ଓ ଦଳାଚକଟାରେ ୭ମାସର ଛୁଆ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ନଗରୀ ଗ୍ରାମବାସୀ ହାତୀ ଛୁଆର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ। ମେରାମଣ୍ଡଳୀ ଫରେଷ୍ଟର୍‌ ସୁବାସ ସାହୁଙ୍କ ସହ ଢେଙ୍କାନାଳ ଓ ଭୁବନେଶ୍ବରରୁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀ ଛୁଆର ମୃତଦେହକୁ ପୋତି ଦିଆଯାଇଛି।

Related posts

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ

mahabharatanews

ସପ୍ତାହେ ପାଇଁ କରୁଆ ପଞ୍ଚାୟତର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

ଉଦଳା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

mahabharatanews