ଅପରାଧଓଡିଶା

ବାପା ଓ ସାବତ ମା ମିଶି ଦିବ୍ୟାଙ୍ଗ ପୁଅକୁ ମାରିଦେଲେ

ବାଲେଶ୍ୱର: କୁହାଯାଏ ବାପା ମା ଦେବତା । ତାଙ୍କଠୁ ଭଲ ଏ ଦୁନିଆରେ କେହି ନାହାଁନ୍ତି । ସେ ଜନ୍ମ ଓ କର୍ମ ସବୁକିଛି ଦେଇଥାନ୍ତି । କିନ୍ତୁ ସବୁ ବାପା ମା ଏକ ସମାନ ନୁହନ୍ତି । କେଉଁଠି ବାପା ଖରାପ ପଡେ ତ ଆଉ କେଉଁଠି ମା । କିନ୍ତୁ କଥାରେ ଅଛି ସାବତ ମା କେବେ ନିଜର । ଏମିତି ବହୁତ ଦୃଶ୍ୟ ଆମେ ଦେଖିଥାଉ । ଆଜି ଏମିତି ବି କିଛି ହୋଇପାରେ ଶୁଣିଲେ ବିଶ୍ୱାସ କରିହେଉନାହିଁ । ଗୋଟିଏ ଦିବ୍ୟାଙ୍ଗ ପୁଅକୁ ବାପା ମା ଭାବିଲେ ବୋଝ । ସେଥିପାଇଁ କଣ୍ଟା ଭାବି ହଟେଇବାକୁ କଲେ ଯୋଜନା । ଶେଷରେ ତଣ୍ଟି ଚିପି ପିଲାଟିର ହତ୍ୟା କରି ଜୋରରେ ଫୋପାଡ଼ି ଦେଲେ।

ଏଭଳି ଅଭାବନୀୟ କାଣ୍ଡ ଗତକାଲି ବାଲେଶ୍ୱର ଜିଲ୍ଲା ସିଜୁଆଡି ଗାଁରେ ଘଟିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌। ସୂଚନାନୁସାରେ , ଗିରଫଦ୍ୱୟ ହେଲେ ଗଣେଶ ଜେନା ଓ ତାଙ୍କ ଦ୍ୱିତୀୟ ପତ୍ନୀ ପୂଜା ଜେନା ।ବାଲେଶ୍ୱର ଜିଲ୍ଲା ଚାନ୍ଦମାରିରେ ଭଡ଼ାରେ ରହୁଥିଲେ ଗଣେଶ ଓ ତାଙ୍କ ପତ୍ନୀ ପୂଜା । ଗଣେଶ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ଏକ ୧୨ ବର୍ଷର ପୁଅ ଅଛି। ସେ କିନ୍ତୁ ଜନ୍ମରୁ ଭିନ୍ନକ୍ଷମ । ଏହି ପୁଅ ଗଣେଶ ଓ ପୂଜାଙ୍କ ନିକଟରେ ରହୁଥିବା ବେଳେ ତାକୁ କିନ୍ତୁ ଉଭୟ ସହ୍ୟ କରିପାରୁ ନ ଥିଲେ।

ପିଲାଟି ଦିବ୍ୟାଙ୍ଗ ହୋଇଥିବାରୁ ତାକୁ ଉଭୟ ବୋଝ ବୋଲି ଭାବୁଥିଲେ। ସେଥି ପାଇଁ ସେ ନୃଶଂସ ପାଲଟିଯାଇଥିଲେ ଯାହା ପାଇଁ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି ନୃଶଂସ ବାପା ମା । ଗତକାଲି ପିଲାଟିକୁ ନ ପାଇ ପରିବାରର ଅନ୍ୟ ସଦସ୍ୟ ପୁଅ କୁଆଡ଼େ ଗଲା ବୋଲି ପଚାରିଥିଲେ। ତାକୁ ଭୁବନେଶ୍ୱରରେ ଛାଡ଼ି ଆସିଛି, ସେଠାରେ ସେ ଭଲରେ ଅଛି ବୋଲି କହିଥିଲେ ଗଣେଶ। ମାତ୍ର ପରିବାର ଲୋକେ ଏହାକୁ ଭରସା କରିପାରି ନ ଥିଲେ। ସେଠି ପାଇଁ ସେବ ଯାଇକିଭି ପୋଲିସରେ ଏତଲା ଦେଇଥିଲେ । ପୋଲିସ ଆସି ଘଟେ ପଚାର ଉଚରା କରିବାରୁ ବାପା ଓ ସାବତ ମା ସତ କହିଥିଲେ ।

Related posts

ବଢୁଛି ବ୍ରାଉନସୁଗାର କାରବାର

mahabharatanews

ବେଆଇନ ମଦ କାରବାର ବେଳେ ୨ ଗିରଫ

mahabharatanews

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି, କାଳିଆ ହିତାଧିକାରୀ ପାଇବେ ୨ହଜାର ଟଙ୍କା

mahabharatanews

Leave a Comment