ଭାରତ

ଜାମ୍ମୁ କାଶ୍ମୀର ସଂଶୋଧନ ବିଲ୍ ପାରିତ

(ଦିଲ୍ଲୀ) : ସଂସଦରେ ଶୀତକାଳୀନ ଅଧିବେଶନରେ ବିରୋଧିଙ୍କ ହୋହଲ୍ଲା ମଧ୍ୟରେ ଜାମ୍ମୁ କାଶ୍ମୀର ସଂଶୋଧନ ବିଲ୍, 2023 ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, 2023 ଲୋକସଭାରେ ପାରିତ ହୋଇଯାଇଛି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କହିଛନ୍ତି , ଯେ ପାକିସ୍ତାନ ଦଖଲ କରିଥିବା କାଶ୍ମୀର (ପିଓକେ) ର ସମସ୍ୟା ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ , ସେ କହିଛନ୍ତି , ଯଦି ତିନି ଦିନ ପରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥାନ୍ତା ତେବେ ପିଓକେ ଆଜି ଭାରତର ଏକ ଅଂଶ ହୋଇଥାନ୍ତା। ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେବା ନେହେରୁଙ୍କର ଏକ ବଡ ଭୁଲ ବୋଲି ଶାହ କହିଛନ୍ତି। ପୂର୍ବରୁ ଜାମ୍ମୁରେ ୩୭ଟି ସିଟ୍ ଥିଲା, ବର୍ତ୍ତମାନ ୪୩ଟି ଅଛି। ପୂର୍ବରୁ କାଶ୍ମୀରରେ ୪୬ ଟି ଥିଲା, ବର୍ତ୍ତମାନ ୪୭ ଟି ଏବଂ ୨୪ଟି ସିଟ୍ ରହିଛି ।ସେପଟେ ଶାହଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି ।

Related posts

ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

mahabharatanews

ଜେଲ ଗଲେ ହେମନ୍ତ ସୋରେନ

mahabharatanews

ଭୁସ୍ଖଳନରେ ପୋତି ହୋଇଗଲା କାର୍, ୫ ମୃତ

mahabharatanews