ବିଶ୍ୱ

ଥମୁନି ଯୁଦ୍ଧ : ବଡ ହସ୍ପିଟାଲ ବନ୍ଦ 

(ଇସ୍ରାଇଲ) : ଯୁଦ୍ଧ ଥମିବାର ନାଁ ଧରୁନଥିବା ବେଳେ ଗାଜାର ସବୁଠୁ ବଡ଼ ଡାକ୍ତରଖାନା ହେଲା ବନ୍ଦ । ଏନେଇ ଦେଲା ସୂଚନା ରବିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)  । ଗାଜା ଷ୍ଟ୍ରିପ୍‌ର ସର୍ବବୃହତ ଡାକ୍ତରଖାନା ଅଲ-ଶିଫା ବନ୍ଦ କରିଦିଆଯାଇଛି ଏବଂ ଗାଜାର ଉତ୍ତର ଇଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ , ଉତ୍ତର ଗାଜାର ଅଲ-ଶିଫା ଡାକ୍ତରଖାନା ପୂର୍ବରୁ ବିଦ୍ୟୁତ କାଟ ସହ ଆଖପାଖ ଅଞ୍ଚଳରେ ଲଢେଇ ଜାରି ରହିଛି । ହମାସ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଯାହା ପରେ ଅଲ-ଶିଫା ହସ୍ପିଟାଲରେ ଅତ୍ୟାବଶ୍ୟକ ସେବା ବନ୍ଦ କରି ରହିଥିଲା । ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦାବି କରିଛନ୍ତି ଯେ, ଗାଜାର ଡାକ୍ତରଖାନାଗୁଡ଼ିକ ପାଇଁ ତୈଳ ବିତରଣ କରିବାକୁ ଇସ୍ରାଏଲ୍ ପ୍ରସ୍ତାବ ଦେଇଛି, କିନ୍ତୁ ହାମାସ ଏହି ତେଲ ଗ୍ରହଣ କରିବାକୁ ମନା କରି ଦେଇଥିଲା ।

Related posts

ପାକ ରେଳ ଦୁର୍ଘଟଣା; ଚାଲିଗଲା ୩୩ ଜୀବନ   

mahabharatanews

ବିଦେଶରେ ଯୁବତୀ ଭାଙ୍ଗଡ଼ା ଡ୍ୟାନ୍ସ ଖୁବ ଲୋକପ୍ରିୟ ହେବାରେ ଲାଗିଛି

mahabharatanews

ରୁଷ୍‌ର ମିସାଇଲ୍‌: ୩୦ ଆହତ

mahabharatanews