ଓଡିଶା

ପୋଖରୀରେ ବୁଡି ବୃଦ୍ଧ ମୃତ

(ରଜନୀ କାନ୍ତ ପାତ୍ର/ ହିଞ୍ଜିଳିକାଟୁ): ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ସକାଳେ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସଂପୃକ୍ତ ଗ୍ରାମର ଉଦୟ ପ୍ରଧାନ (୬୦) । ସୁଚନା ଯେ, ବୃଦ୍ଧ ଜଣକ ସ୍ନାନ କରିବା ପାଇଁ ଗ୍ରାମ ପୋଖରୀକୁ ଯାଇ ଅସାବଧାନତା ବଶତଃ ପୋଖରୀ ପାଣିରେ ବୁଡି ଯାଇଥିଲେ । ସକାଳୁ ଗ୍ରାମର କିଛି ଲୋକ ପୋଖରୀରେ ସ୍ନାନ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗୋଡ଼ରେ ବୃଦ୍ଧଙ୍କ ମୃତଦେହ ଲାଗିବାରୁ ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ସୁଚନାରୁ ଜଣାପଡିଛି ।

Related posts

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

mahabharatanews

ଲକଡାଉନରେ ମଦ ଦୋକାନ ବନ୍ଦ, ହୋମ ଡେଲିଭରି ଚାଲୁ ରହିବ

mahabharatanews

ଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ : କଂଗ୍ରେସ ନେତା ନରସିଂହ ମିଶ୍ର

mahabharatanews