ଓଡିଶା

ସୁରଙ୍କୁ କଂଗ୍ରେସର କାରଣ ଦର୍ଶାଅ ନୋଟିସ ଜାରି

(ଭୁବନେଶ୍ୱର) : ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର ପରେ ସୁରଙ୍କୁ କଂଗ୍ରେସରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଯାହାର ଉତ୍ତର ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ । କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର କରିବା ନେଇ ନୋଟିସ୍ ଜାରି କରିଛି ଦଳ ।

ନୋଟିସ ପରେ ଉତ୍ତର ରଖିଛନ୍ତି ସୁର କହିଛନ୍ତି, ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି । ତାଙ୍କ ସାନ ପୁଅ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେଥିପାଇଁ ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ କୌଣସି ଦଳର ପ୍ରଚାରକୁ ଯାଇନାହାନ୍ତି କି ଯିବେ ନାହିଁ ବୋଲି କହିଛନ୍ତି । ଏହା ସହ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ୫୦ ବର୍ଷ ହେଲା ଯାଉଛନ୍ତି । ହେଲେ ସେଥିରେ କୌଣସି ରାଜନୈତିକ ଭାଷଣ ଦେଇନାହାନ୍ତି । ଏପରିକି ସେ ପୁଅ ପାଇଁ ପ୍ରଚାର କରିନାହାନ୍ତି ବୋଲି କହିଛନ୍ତି । ଏଆଇସିସି ଓ ପିସିସି ଯେଉଁ ଦଣ୍ଡ ଦେବେ ସେ ଗ୍ରହଣ କରିବେ ବୋଲି କହିଛନ୍ତି ସୁର ।

Related posts

୪ ଦିନ ଧରି ସ୍ୱାମୀ ନିଖୋଜ, ସ୍ତ୍ରୀ ଆଣିଲେ ଅପହରଣ ଅଭିଯୋଗ

mahabharatanews

ପୁରୀ ଜିଲ୍ଲାରେ ମୋଟ ୪୭ଟି କରୋନା ସନ୍ଧିଗ୍ଧ ମଧ୍ୟରୁ ୩୮ଟି ନମୁନା ନେଗେଟିଭ

mahabharatanews

ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ

mahabharatanews