(ଭୁବନେଶ୍ୱର) : ନିର୍ବାଚନ ଯେତିକି ପାଖେଇ ଆସୁଛି ଯାହାକୁ ନେଇ ବିଜେଡି ଓ ବିଜେପି । ଏଥର ଏଜ୍ୟରେ ହେବ ମହା ଲଢେଇ । ଏଥି ପାଇଁ ଚିଲି ବିଜେଡିର ରୁଦ୍ଧ ଦ୍ୱାରା ବୈଠକ । ସ୍ୱତନ୍ତ୍ର ରଣନୀତି ନେଇ ପୁଣି ଲୋକଙ୍କ ପାଖରେ ପହଞ୍ଚିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାକୁ ନେଇ ବିଜେଡି କର୍ମୀଙ୍କ ମନରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିବ ।
ସୂଚନାନୁଯାୟୀ , ପ୍ରତି ଥର ପରି ଏଥର ବି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏହି ମାସ ଶେଷ ଆଡ଼କୁ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପାଇଁ ହୋଇଥିବା ସ୍ଵତନ୍ତ୍ର ବସରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ୨୦୧୯ ପରି ସ୍ୱତନ୍ତ୍ର ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିପାରନ୍ତି ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବାକୁ ଥିବା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ ନବୀନ ।
