ଅପରାଧଓଡିଶା

ପୁଳା ପୁଳା ବାଣ ଜବତ କଲା ପୋଲିସ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର : ଗଞ୍ଜାମ ପୋଲିସକୁ ମିଳିଲା ବଡ ସଫଳତା । ପୁଳା ପୁଳା ବାଣ ଜବତ କରିଛି ପୋଲିସ । ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ କାର୍ଯ୍ୟ କଳାପ ଉପରେ ରୋକ ଲଗାଇବା ପାଇଁ ଏସପି ବ୍ରିଜେଶ କୁମାର ରାୟ ଭିସି ମାଧ୍ୟମରେ ସମସ୍ତ ଥାନା ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରୁ ବିପୁଳ ପରିମାଣ ର ବାଣ ଜବତ କରିଛି ଛତ୍ରପୁର ଥାନା ପୋଲିସ।

ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଥାନାର ବହୁ କର୍ମଚାରୀ ଅତର୍କିତ ଭାବେ ଚଢ଼ାଉ କରି ପ୍ରାୟ ଚାରି ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି । ଏହା ସହ ଗୋଟାଏ ଟାଟା ଏସିକୁ ମଧ୍ୟ ଜବତ କରିଛି । ମିଳିଥିବା ସୂଚନା ମୁତାବକ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବାଣ ଆଣି ନିଜ ଘରେ ଗଛିତ ରଖିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି ।

Related posts

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

mahabharatanews

ଜେରକ୍ସ ଦୋକାନରେ ମିଳୁଛି ବେସଲାଇନ୍ ପରୀକ୍ଷା ପ୍ରଶ୍ନପତ୍ର

mahabharatanews

ଅଜଣା ଗାଡି ଧକ୍କାରେ ମହିଳା ଚାଷୀ ମୃତ, ଝିଅ ଗୁରୁତର

mahabharatanews