ଓଡିଶା

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

(ମହାଭାରତ): ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା । ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା ସମ୍ପର୍କ । ନ୍ୟୁୟର୍କର ରୋଚେଷ୍ଟରରେ ଥିବା ଏକ ଉଦ୍ଧାରକାରୀ ସଂଗଠନ ମିଆ ଫାଉଣ୍ଡେସନରେ ଥିବା ପାରା ଏବଂ କୁକୁର ଛୁଆ ମଧ୍ୟରେ ରହିଥିବା ବନ୍ଧୁତ୍ୱ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସପ୍ତାହର ଧଳା ରଙ୍ଗର କୁକୁର ଛୁଆ ଲୁଣ୍ଡିର ପଛ ଗୋଡ ସ୍ୱାଭାବିକ ଭାବେ କାମ କରୁ ନାହିଁ । କୁକୁର ଛୁଆଟି ଉଡିପାରୁ ନଥିବା ହେରମାନ ସହିତ ବନ୍ଧୁତା କରିଛି । ମିଆ ଫାଉଣ୍ଡେସନ ପକ୍ଷରୁ ଦୁଇ ବନ୍ଧୁଙ୍କ ଫଟୋ ଏବଂ ୧୪ ସେକେଣ୍ଡର ଏକ ଭିଡିଓ ଫେସବୁକ୍ରେ ଶେୟାର କରାଯାଇଛି । ଇତିମଧ୍ୟରେ ଫଟୋକୁ ୪୫ ହଜାରରୁ ଅଧିକ ଥର ଶେୟାର କରାଯାଇଥିବାବେଳେ ଭିଡିଓକୁ ଲକ୍ଷେ ୧୯ହଜାର ୬ଶହ ୭୫ଥର ଦେଖାଯାଇଛି । ଏହାକୁ ୨୧ହଜାରରୁ ଅଧିକ ଲାଇକ୍ ମିଳି ସାରିଛି ।

Related posts

ରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି

mahabharatanews

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

mahabharatanews

ସାଇବର ଥାନା ପୋଲିସ ହାତରେ ସାଇବର ଠକ

mahabharatanews