ଓଡିଶାଦେଶ ବିଦେଶଵାଣିଜ୍ୟ

ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସୁନା ଏବଂ ରୁପାର ମୂଲ୍ୟ

ସୁନା ଏବଂ ରୁପାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ସୁନା ସାଙ୍ଗେ ତାଳ ଦେଇ ରୁପା ଦାମ ବି ହୁ ହୁ ହୋଇ ବଢୁଛି । ରୁପା ଦର ପୁଣି ବଢି କେଜି ପ୍ରତି ୪ ଲକ୍ଷ ପାର ହୋଇଛି । ପ୍ରତି ୧୦ ଗ୍ରାମକୁ ୧,୮୦,୦୦୦ ଟଙ୍କା ପାଖାପାଖି ପହଞ୍ଚିପାରେ । ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧,୭୯,୧୮୬ ଟଙ୍କାରେ ପହଞ୍ଚିଛି । ଗତକାଲି ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୩,୮୬,୫୩୦ ର ରେକର୍ଡ କରି ବନ୍ଦ ହୋଇଥିଲା ଯାହା ଆଜି ନୂଆ ରେକର୍ଡ ସ୍ଥାପନ କରିଛି । ଆଜି ରୂପା ପ୍ରତି କିଲୋଗ୍ରାମ ୪,୦୫,୦୦୦ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ରୂପା ଅପେକ୍ଷା ଅଧିକ ବୃଦ୍ଧି ପାଉଛି ।

ତେବେ ସୁନା ବୃଦ୍ଧି ପଛରେ ବିଶ୍ବରେ ବଢୁଥିବା ଉତ୍ତେଜନାକୁ ମୁଖ୍ୟ କାରଣ କୁହାଯାଇପାରେ । ବିଶ୍ୱର ଅନେକ ଦେଶ ମଧ୍ୟରେ ଏବେ ଉତ୍ତେଜନା ବୃଦ୍ଧି ପାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ବକ୍ତବ୍ୟ ବାଣିଜ୍ୟ ଯୁଦ୍ଧ ବିଷୟରେ ନୂତନ ଚିନ୍ତା ସୃଷ୍ଟି କରିଛି । ଏପରି ପରିସ୍ଥିତିରେ ଲୋକମାନେ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସୁନାରେ ନିବେଶ କରିବାକୁ ଚିନ୍ତା କରନ୍ତି । ଯେଉଁଥିପାଇଁ ସୁନା ରେଟ୍ ବଢ଼ି ଥାଇପାରେ ବୋଲି ଅନୁମାନ କରାଯାଉଛି ।

Related posts

ମୃତ୍ୟୁସଂଖ୍ୟା ୨୦୭କୁ ବୃଦ୍ଧି

mahabharatanews

ହିଙ୍ଗୁଳାଙ୍କ ପୀଠରେ ବହୁଭକ୍ତ ସମାଗମର ଫୋଟ ପୋଷ୍ଟ କରି ଯୁବ ଆଇନଜୀବୀ ଗିରଫ

mahabharatanews

ଆଜି ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼

mahabharatanews