ଓଡିଶା

ଆଜି ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼

(ଭୁବନେଶ୍ୱର) : ଆଜି ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଶୈବପୀଠରେ ଲାଗି ରହିଛି ଅସଂଖ୍ୟ କାଉଡିଆଙ୍କ ଭିଡ଼। ପ୍ରବଳ ବର୍ଷା ମଧ୍ୟ କାଉଡିଆଙ୍କୁ ରୋକିପାରିନି କାଉଡିଆଙ୍କୁ   ଲମ୍ଵା ଲାଇନରେ ଛିଡ଼ା ହୋଇ ଭଗବାନଙ୍କୁ ଜଳଲାଗି କରୁଛନ୍ତି ଭକ୍ତ। କାଉଡିଆଙ୍କ ଜଳଲାଗି ପାଇଁ ସମସ୍ତ ଶୈବପୀଠ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଧାରଣ ଦର୍ଶନ ସହ କିପରି କାଉଡିଆ ମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ।

ସୂଚନାନୁଯାୟୀ , ଯେଉଁଥିପାଇଁ କାଉଡିଆମାନେ ମଧ୍ୟ ଭଲରେ ଭଲରେ ଠାକୁରଙ୍କ ପାଖରେ ପହଞ୍ଚିପାରିବେ। ରାସ୍ତାଘାଟ ବୋଲ ବମ୍‌ ଧ୍ୱନିରେ ପ୍ରକମ୍ପିତ ହେଉଛି। ସେହିପରି କାଲି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇ ଯାଇଥିଲେ। ଏ ଯାଏଁ ତାଙ୍କ ଖବର ମିଳିନାହିଁ।

Related posts

୨୧ ପର୍ଯ୍ୟନ୍ତ ପ୍ରବଳ ଖରା ,ରେକର୍ଡ ଭାଙ୍ଗିବ ତାପମାତ୍ରା

mahabharatanews

ଅକ୍ଷୟ ତୃତୀୟା: ୧୭୫ କୋଟି ଟଙ୍କାର କିଣିନେଲେ ସୁନା  

mahabharatanews

ଆଜିଠୁ କମିବ, ପୁଣି ୧୪ରୁ ବର୍ଷିବ

mahabharatanews